ଇନ୍ଦିରାଆବାସ ଘରେ ଅଙ୍ଗନୱାଡ଼ି ଶିଶୁଙ୍କ ପ୍ରାକ-ବିଦ୍ୟାଳୟ

ଦିର୍ଘବର୍ଷ ପରେବି ନିର୍ମାଣ ହୋଇପାରୁନି ଅଙ୍ଗନୱାଡ଼ି କେନ୍ଦ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଆଜକୁ ଦୁଇ ବର୍ଷରୁ ଉର୍ଦ୍ଧ ହେଲାଣି ଏକ ଇନ୍ଦିରା ଆବାସ ଘରେ ଗଢ଼ାହେଉଛି କୋମଳ ମତି ଶିଶୁଙ୍କ ଭବିଷ୍ୟତ। ତାହାବି ବଡ଼ ବଡ଼ ପଥର ଏବଂ ଖାଲ ଖମା ଦେଇ ସେହି ଘରକୁ ଯିବାକୁ ପଡ଼ୁଥିବା ଚିତ୍ର ଦେଖିବାକୁ ମିଳିଛି। ଏମିତି ଅବସ୍ଥାରେ ସେଠାରେ ଛୋଟ ଛୋଟ କୋମଳମତି ଶିଶୁ ମାନେ ଯାତାୟାତ କରୁଛନ୍ତି ତାହା ନ’ଦେଖିଲେ କେହି ବିଶ୍ଵାସ କରିବେ ପାରିବେନାହିଁ। ଏଥିରେ ଶିଶୁଙ୍କ ଖେଳିବା ବୁଲିବା ଅତି ବିପଦ ଜନକ ହୋଇଥିବାବେଳେ ଶିଶୁ ମାନେ ଟିକିଏ ଖୋଳା ମେଳାରେ ବସିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ତେବେ ଏହିପରି ଛୋଟିଆ ସ୍ଥାନରେ ଆଉ କେତେ ଦିନ ଛୋଟ ଛୋଟ ଶିଶୁ ମାନେ ବସି ପ୍ରାକ ଶିକ୍ଷା ଗ୍ରହଣ କରିବା ସହ ଖାଲ ଖମା ପଥର ସ୍ଥାନରେ ଯାତାୟାତ କରିବେ। ହୁଏତ କେତେବେଳେ ଯଦି କିଏ ଝୁଣ୍ଟି ପଡ଼ି କିଛି ଅଘଟଣ ଘଟେ ତେବେ ଏଥିରେ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ଗ୍ରାମପଞ୍ଚାୟତ ଅଧିନସ୍ତ କୁବୁରି ଗାଁରୁ। ପୂର୍ବରୁ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଅଚଳ ହେବା ପର ଠାରୁ ଜଣଙ୍କ ଇନ୍ଦିରାଅବାସ ଗୃହ ଠାରେ ଚାଲିଛି ପ୍ରାକ-ବିଦ୍ୟାଳୟ। ଏପଟେ ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ ପାଇଁ ମଧ୍ୟ ଆଜକୁ ଦୁଇ ବର୍ଷ ହେଲାଣି ମାତ୍ର ଗାତ ଖୋଲା ଯାଇଛି ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ପାଚିକା ଓ ଅଙ୍ଗନୱାଡ଼ି କର୍ମୀ। ଏପଟେ ବନ୍ଧପାରି ପଞ୍ଚାୟତର ଯୋଗାଣ ସହାୟକ ଉକ୍ତ ଅଙ୍ଗନୱାଡ଼ି ଗୃହ ନିର୍ମାଣର ଦାୟିତ୍ୱ ନେଇଥିବାବେଳେ ତାଙ୍କୁ ବାରମ୍ବାର କହିବା ସତ୍ୱେ ମଧ୍ୟ କାର୍ଯ୍ୟକରୁନ’ଥିବା କହିଛନ୍ତି ଗ୍ରାମବାସୀ। ଠିକାଦାରଙ୍କର ମନମୁଖୀ ଓ ଅବହେଳା ଯୋଗୁଁ କାର୍ଯ୍ୟ ହୋଇପାରୁନାହିଁ କି ଜାଣିଶୁଣି ଚୁପ୍ ରହୁଛନ୍ତି ଦାୟିତ୍ୱରେ ଥିବା ଠିକାଦାର ଜଣକ ବୋଲି ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ତେବେ ଖବର ପ୍ରସାରଣ ପରେ କେଉଁ ପ୍ରକାର ପଦକ୍ଷେପ ନେଉଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.