ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ଅଞ୍ଚଳ ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଆଜି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ ବ୍ଲକର ପାହାଡ଼ପଦର ପଞ୍ଚାୟତର ବୋରପଦର, ପଟାଙ୍ଗପଦର, ପୁଞ୍ଜାମ, ଜିରାଗାଁ, କାଞ୍ଚନମୁହିଁ ଗାଁ ଗସ୍ତ କରିବା ସହିତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଶ୍ରୀ ମାଝୀ ଲାଞ୍ଜି ପଞ୍ଚାୟତର ସିନ୍ଧିପଦର, ଲାଖବାହାଲି ପଞ୍ଚାୟତର ତାଲବୋରା ଆଦି ଗସ୍ତ କରିବା ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ଶ୍ରୀ ମାଝୀଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ଅନୁସୂଚିତ ଜାତି ବିଭାଗ ସଭାପତି କୁମରମଣି ନାଏକ, ପାହାଡ଼ପଦର ପଞ୍ଚାୟତ ସଭାପତି ସୁଦର୍ଶନ ଦୁର୍ଗାଙ୍କ ସହିତ ଅନ୍ୟ କଂଗ୍ରେସ ନେତାମାନେ ସାମିଲ ଥିଲେ। ବିଭିନ୍ନ ସ୍ଥାନରେ ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଶ୍ରୀ ମାଝୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନାଯୋଗ୍ୟ, ବଳଭଦ୍ର ମାଝୀ ଏବେ କଂଗ୍ରେସ ଦଳରୁ ବିଧାୟକ ଆଶାୟୀ ହୋଇଥିବାବେଳେ ନିଜ ସମର୍ଥନରେ ସେ କ୍ଷେତ୍ର ପରିଭ୍ରମଣ କରୁଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.