କଳାହାଣ୍ଡିରେ ବାଜିଲା ନିର୍ବାଚନୀ ରଣ ଦୁନ୍ଦୁଭି: ରଣ କ୍ଷେତ୍ରରେ ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ/ ହିରଣ୍ୟ ବେହେରା): ୨୦୨୪ ନିର୍ବାଚନ ପାଇ ଚାଲିଛି ସମର ସଜ୍ଜା। କଳାହାଣ୍ଡିରେ ବାଜିଲାଣି ରଣ ଦୁନ୍ଦୁଭି। ଦେବୀ ଦେବତାଙ୍କ ଦର୍ଶନ କରି ରଣାଙ୍ଗନକୁ ଓହ୍ଲାଉଛନ୍ତି ଯୋଦ୍ଧା। କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଲମ୍ବୋଦର ନିଆଲ ସୋମବାର ଦିନ ମାଁ ମାଣିକେଶ୍ବରୀଙ୍କ ଦର୍ଶନ କରି ନିର୍ବାଚନ ମଇଦାନରେ ପାଦ ଥାପିଛନ୍ତି। ଭବାନୀପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଲଲିତା ନାଏକ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ, ଭବାନୀ ମିଶ୍ର, ଜିତେନ୍ଦ୍ର ମହାନ୍ତି, ଧବଳେଶ୍ୱର ମହାପାତ୍ର, ପ୍ରଦୀପ ଦାସ, ଅବିନାଶ ଠାକୁର, ଦୁଲ୍ଲଭ ମାହାର, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଉପାଧ୍ୟକ୍ଷ ବିଷ୍ଣୁ ପଧାନ, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଭବାନୀପାଟଣା ପୌର ପରିଷଦର କାଉନସିଲର ବୃନ୍ଦଙ୍କ ସହ ଅନେକ ବିଜେଡ଼ି କର୍ମୀ ସାଂସଦ ପାର୍ଥୀ ଲମ୍ବୋଦର ନିଆଲଙ୍କ ସହ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମା ମାଣିକେଶ୍ବରୀଙ୍କ ଦର୍ଶନ ପରେ ସାଂସଦ ପ୍ରାର୍ଥୀ ଶ୍ରୀ ନିଆଲ  ଧର୍ମଗଡ଼ରେ ଦେବୀ ଭଣ୍ଡାରଘରଣୀ, ବେହେରାର ଦେବୀ ଦନ୍ତେଶ୍ବରୀ, ଗୋତୋମୁଣ୍ଡାର ଦେବୀ ଘାଟିମୁଣ୍ଡିଆଣି ସର୍ବମଙ୍ଗଳା ଓ ଆମପାଣି ବୁଢାରଜାଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବେହେରା, ଗୋତମୁଣ୍ଡା, ସାନପୋଡାଗୁଡା, ଆମପାଣି ସମେତ ଅନେକ ଗାଁରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Udyog Nursery
Udyogi Nursery

ଶ୍ରୀ ନିଆଲ କର୍ମୀ ମାନଙ୍କୁ ସାକ୍ଷାତ କରି ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ କରି ବିଜୟୀ କରାଇବା ସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ।

ଏହି ଗସ୍ତ ସମୟରେ ବିଜେଡ଼ି ଯୁବ ନେତୃତ୍ବ ଡାକେଶ୍ବର ଲହଜଲ, ଧର୍ମଗଡ ବ୍ଳକ ବିଜେଡି ସଭାପତି ଟିକମନ ଯାଦବ, ଗୈାର ଛତର, ଥବିର ସାହୁ, ପ୍ରମୋଦ ହଂସ, ଜଗନ୍ନାଥ ସତନାମି, ଧର୍ମାନନ୍ଦ ଗୋପାଳ, ଲିପୁ ମହାନ୍ତି, ଅରକ୍ଷିତ ଭଇଁସାଲ, କ୍ଷିରୋଦ ବାଗ, ମିଥିଳା ପୁଞ୍ଜି, ପିଣ୍ଟୁ ତିୱାରୀ, ଭବେଶ ଗଇନ୍ତା, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ, ପୂର୍ବତନ ଧର୍ମଗଡ ବ୍ଳକ ଅଧ୍ୟକ୍ଷ ବଳରାମ ପୁଝାରୀ, ଲବଣୀ ରାଉତ, ଗୈାର ବାଗ, ତୁଳସୀ ରାମ ବାରିକ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ମଣ୍ଟୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆମପାଣି ଠାରେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସୁରେଶ ଚନ୍ଦ୍ର ସାହୁ, ବିନୋଦ ସିଂ, ବିଜୟ ପଣ୍ଡା, ମନୋରଞ୍ଜନ ବାଣୁଆ, ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନିତ୍ୟାନନ୍ଦ ମାଝୀ, ଭାସ୍କର ଦଣ୍ଡସେନା ପ୍ରମୁଖ ସହ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡ଼ି ଲମ୍ବୋଦର ନିଆଲଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା କରିନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.