ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସଦର ମହକୁମା ସ୍ଥିତ ପୋଲିସ ପଡିଆ ଠାରେ ୧୨ ବର୍ଷ ପରେ ପୁଣି ଠାରେ ଆଇୱା କପ ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଫ୍ଲଡ଼ ଲାଇଟ କ୍ରିକେଟ୍ ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବାର ସ୍ଥିର ହୋଇଛି। ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୭ ତାରିଖ ରବିବାର ଦିନ ଖେଳାଯିବ। ଲାଠୋର, ଏମଜେ ବାଗବାହାରା, ଆରସିସି ନବରଙ୍ଗପୁର, ଆରଏନସିସି କଣ୍ଟାବାଞ୍ଜି, ଏକେ ୪୭ ନୂଆପଡା, ରାଜ ଖରିଆର ୧୧, ଆଇୱା, ଫାୟାର ବ୍ଲାଷ୍ଟର ନୂଆପଡା, ବ୍ରଦର୍ସ ୧୧ ନୂଆପଡା, କେଆରସି ଖରିଆର ରୋଡ, ସିନ୍ଧେକେଲା, କେପିଏଲ ଖରିଆର ରୋଡ, ଏମଏମସିସି ସମ୍ବଲପୁର, ବୋରସି ଦୁର୍ଗ, ଆଇୱା ଲେଜେଣ୍ଡ, ଏଭେନଜର୍ସି ୧୧ ନୂଆପଡା ଦଳ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରୁଛନ୍ତି।
୮ ଓଭର ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ବିଜେତା ଦଳକୁ ନଗଦ ୫୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବା ସହିତ ଉପ ବିଜେତା ଦଳକୁ ନଗଦ ୩୧ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ଆୟୋଜକ ଆଇୱା ଗ୍ରୁପ ନୂଆପଡାର ସଭାପତି ଟିଂକୁ ପଣ୍ଡା, ସଦସ୍ୟ ବବଲୁ ଖାନ, ଏମଡି ଆବାସ, ରାଜୁ ଖାନ, ସାହିଲ ଖାନ, ବିଜୟ ସେଠି, ମୁନ୍ନା ସାହୁ, ଶିବରତନ ବାଗ, ରାହୁଲ ମଲ୍ଲିକ, ଏମଡି ୱାସିମ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।