ସୁବର୍ଣ୍ଣପୁରରେ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ ଏବଂ ଜିଲ୍ଲାରେ ଥିବା ପୋଲିସ ମାନଙ୍କୁ ଦେଶ ଓ ଜାତି ସକାଶେ ସମର୍ପିତ ହୋଇ କାର୍ଯ୍ୟ କରିବାକୁ କହିଥିଲେ। ସମ ଦୃଷ୍ଟିରେ ଜନତାଙ୍କ ସେବା ଓ ସହଯୋଗ କରିବା ସହିତ ଶିଷ୍ଟାଚାର, ଚରିତ୍ରବାନ, ଆଦର୍ଶବାନ ହେବାକୁ କହି ସର୍ଵନିମ୍ନ ବଳ ପ୍ରୟୋଗ କରି ଆଇନକୁ ମଧ୍ୟ ସମ୍ମାନ ଦେବାକୁ ଅଭିଭାଷଣରେ ଏସପି ଶ୍ରୀମାଲ ପୋଲିସ୍ ବାହିନୀଙ୍କୁ ପରାମର୍ଶ ଦେଇଥିଲେ। ଉତ୍ତମ ସେବା ପ୍ରଦାନ କରିଥିବା ଜିଲ୍ଲାର ରାମପୁର ଥାନାର ଶ୍ରେଷ୍ଠ ପୋଲିସ ଅଧିକାରୀ ଏସଆଇ ଅବିନାଶ ପଧାନ, ଜିଲ୍ଲା ପୋଲିସର ଏଏସଆଇ ଶୁକଦେବ ଚାନ୍ଦ, କ୍ରାଇମ୍ ହାବିଲଦାର ବୃନ୍ଦାବନ ପଞ୍ଚବିହାର , କନଷ୍ଟେବଲ୍ ପ୍ରଦୀପ ସାହୁ, ଟ୍ରାଫିକ କନେଷ୍ଟବଲ୍ ପ୍ରତିମା ବଗର୍ତ୍ତି, ଏପିଆର୍ କନେଷ୍ଟବଲ୍ ସୁମିତ ରଥଙ୍କୁ ମୁଖ୍ୟ ଅତିଥି ଏସପି ଶ୍ରୀ ଶ୍ରୀମାଲଙ୍କ ଦ୍ବାରା ମାନପତ୍ର ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଆରକ୍ଷୀ ନିରୀକ୍ଷକ ସରୋଜ ବେହେରା ଜିଲ୍ଲା ପୋଲିସର ପ୍ୟାରେଡ କମାଣ୍ଡର ଭାବେ ପ୍ୟାରେଡ ପରିଚାଳନା କରିଥିବା ବେଳେ ଜିଲ୍ଲା ପୋଲିସର ପାଞ୍ଚ ପ୍ଲାଟୁନ ଆରକ୍ଷୀ ବାହିନୀ ମିଳିତ ପ୍ୟାରେଡରେ ଭାଗ ନେଇଥିଲେ। ଡିଏସପି ଚନ୍ଦ୍ରଶେଖର ଶବର ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ବୀରେନ୍ଦ୍ର ନାୟକ, ଡିଏସପି ଚନ୍ଦ୍ରଶେଖର ଶବର, ରେଣୁକା ସୁନା, ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ, ସୋନପୁର ଥାନା ଅଧିକାରୀ ଲୋକନାଥ ସାହୁ, ପୋଲିସ କନେଷ୍ଟବଲ୍ ସଂଘ ସଭାପତି ଦିନେଶ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ। ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଓଡ଼ିଶା ପୋଲିସ କଡ଼ା ପରିଶ୍ରମ କରିବା ସହିତ ଆରକ୍ଷୀ ବାହିନୀର ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମତ ରଖିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.