କଦମଗୁଡା ଛକରେ ସସସ୍ତ୍ର ଡକାୟତି: ଗୋରୁ ବେପାରିଙ୍କ ଠାରୁ ୮୬୦୦୦ ଟଙ୍କା ଲୁଟ, ଦୁଇ ଡକାୟତ ଗିରଫ ୫ ଫେରାର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ନିଲେଶ କୁମାର ନାଗ): ନର୍ଲା ଅଞ୍ଚଳରେ ଦିନକୁ ଦିନ ଚୋରୀ, ରାହାଜାନୀ ଭଳି ଘଟଣା ବଢ଼ି ଚାଲୁଥିବା ବେଳେ ନର୍ଲା ଥାନା, ସିକେରକୁପା ଫାଣ୍ଡି ଅଧିନସ୍ଥ ଲାଞ୍ଜିଗଡ ବ୍ଲକର କଦମଗୁଡା ଛକରେ ସୋମବାର ଅପରାହ୍ନ ୪ ଘଣ୍ଟା ସମୟରେ ଘଟିଛି ଏକ ସସସ୍ତ୍ର ଡକାୟତି ଘଟଣା। ଆଜି ସୋମବାର। ପ୍ରତି ସୋମବାର ଭଳି ମୁନିଗୁଡା, ଆମ୍ବୋଦଳା ଓ ରାୟଗଡ଼ା ଜିଲ୍ଲାର ଗୋରୁ ବ୍ୟବସାୟୀ ପରମାନନ୍ଦ କରକରିଆ, ରାଜେଶ ପଲକିଆ, ଶିବ ପଲକିଆ, ସୁଶିଲ କାତ୍ରା, ମିଟୁ ପଲକିଆ, ହରେଶ ପଲକିଆ, ମୁନୁ ପଲକିଆ, ପ୍ରମୋଦ ସୁନା, ସୁବାସ ହିଆଲ, ପ୍ରଭାତ ପଲକିଆ, ବିନୋଦ ନାଗ, ବୁଡୁ ବାଗ, ବୈଲୋଚନ କୁଶଲିଆ ପ୍ରମୁଖ ବ୍ୟବସାୟୀ ଏକ ବୋଲେରୋ ଗାଡିରେ ନର୍ଲାରୋଡ ପଟୁ ଲାଞ୍ଜିଗଡ ଯାଉଥିବା ବେଳେ କଦମଗୁଡା ଛକରେ ଏକ ଧଳା ରଙ୍ଗର ଆର୍ଟିକା ଗାଡି ନଂ- ଓଡି-୦୨-ବିଆର୮୩୪୦ ରେ ଆସି ଆଗରୁ ଛକି ରହିଥିଲେ। ବ୍ୟବସାୟୀଙ୍କ ବୋଲେରୋ ଗାଡି କଦମଗୁଡା ଛକରେ ପହଞ୍ଚିବା ପରେ ସେମାନଙ୍କୁ ଅଟକାଇ ଭୁଜାଲି, ହାମର, ରଡ ଯୋଗେ ଆକ୍ରମଣ କରି ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ନିସ୍ତୁକ ମାଡ ମାରିଥିଲେ ଏବଂ ବ୍ୟବସାୟି ମାନଙ୍କ ପାଖରେ ରହିଥିବା ନଗଦ କ୍ୟାସ ୮୬ ହଜାର ଟଙ୍କା ଲୁଟି ନେଇଥିଲେ ବୋଲି ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଟଙ୍କା ଲୁଟ ଓ ମାଡମରା ଘଟଣା ଚାଲିଥିବା ବେଳେ ବ୍ୟବସାୟୀଙ୍କ ସାଥି ଅଉ କିଛି ଗୋରୁ ବ୍ୟବସାୟୀ ଆଉ ଗୋଟାଏ ଗାଡି ଆସି ଘଟଣା ସ୍ଥଳରେ ପହଞ୍ଚିବା ପରେ ସସସ୍ତ୍ର ଡକାୟତଙ୍କୁ ସମସ୍ତ ଗୋରୁ ବ୍ୟବସାୟୀ ଆକ୍ରମଣ କରିବାରୁ ଡ୍ରାଇଭର ସମେତ ୫ ଜଣ ଡକାୟତ ଘଟଣା ସ୍ଥଳରୁ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିଲେ। ହେଲେ ଗୋରୁ ବ୍ୟବସାୟୀ ମାନେ ଘଟଣା ସ୍ଥଳରେ ଜଣେ ଡକାୟତକୁ କାବୁ କରି ନେଇଥିଲେ। ଓ ପରେ ଖବର ପାଇ ନର୍ଲା ଥାନା ଅଧିନସ୍ଥ ସିକେରକୁପା ଫାଣ୍ଡି ଅଧିକାରୀ ମିନାରାଓ ଶବରଙ୍କ ନେତୃତ୍ୱରେ କନେଷ୍ଟବଳ ବିଶ୍ୱନାଥ ମହଲା ଓ ଗୋକୁଳ ସାହୁ ଜଙ୍ଗଲ ମଧ୍ୟକୁ ପଶି ଆଉ ଜଣେ ଡକାୟତକୁ କାବୁ କରି ଫାଣ୍ଡିକୁ ନେଇ ଆସିଥିବା ଜଣାପଡିଛି। ଧରା ପଡିଥିବା ଦୁଇଜଣ ଡକାୟତ ବିଶ୍ୱେଶ୍ୱର ସାହୁ ଓ ତୁଷାରକାନ୍ତ ପଣ୍ଡା ଭବାନୀପାଟଣା ତାରିଣି ମନ୍ଦିର ପଡା ଓ ମଙ୍ଗଳା ମନ୍ଦିର ପଡାର ଯୁବକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଡକାୟତମାନେ ବ୍ୟବହାର କରିଥିବା ଏର୍ଟିଗା ଗାଡ଼ିଟି ଭବାନୀପାଟଣାର ଶିବାନୀ ମିଶ୍ର ନାମରେ ପଞ୍ଜୀକୃତ ରହିଥିବା ଆର୍ଟିଓ ଆପରୁ ଜଣା ପଡୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.