ମାଲିଭଟା କେନାଲ ରାସ୍ତାରେ ଦୁର୍ଘଟଣା, ଜଣେ ମୃତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସରବଙ୍ଗ ପଂଚାୟତ ମାଲିଭଟା ଗାଁ କେନାଲ ରାସ୍ତାରେ ଏକ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇଛି | ପ୍ରକାଶ ଜେ ଆଜି ସକାଳୁ ଜଣେ ମୋଟର ସାଇକେଲ ଆରୋହୀ ଗାଡି ନମ୍ବର ସିଜି ୦୪ ଏମଇ ୦୪୩୪ ମତିଭଟା କେନାଲ ରାସ୍ତାରେ ପାଣ୍ଡ୍ରିପାଣି ନିଜର ଗାଁକୁ ଯାଉଥିବା ସମୟରେ କୌଣସି କାରଣ ବଶତଃ ଦୁର୍ଘଟଣା ଗ୍ରସ୍ତ ହୋଇ ମୋଟର ସାଇକେଲ ଆରୋହୀ ଘାଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି | ସୂଚନା ପାଇ ନୂଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ମୋଟର ସାଇକେଲ ଓ ମୃତ ଶବକୁ ଜବତ କରିଛି | ମୃତ ଶବକୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ଆଣି ପରିବାର ଲୋକଙ୍କୁ ଖବର ଦେଇଛି | ତେବେ ମୃତକ ଜଣକ ଧରମବନ୍ଧା ଥାନା ଖୁଟମନଭେରା ପଂଚାୟତ ସାଧୁ ପାଣ୍ଡ୍ରିପାଣି ଗାଁର ଛତର ଦାଶଙ୍କ ପୁଅ ପ୍ରକାଶ ଦାଶ (୨୮) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ନୂଆପଡା ପୋଲିସ ଅଧିକ ତଦନ୍ତ କରୁଥିବାର ଏସଆଇ ପଦ୍ମନାଭ ରାଉତ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.