କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ବିଧାନସଭାର ୧୧୨ ଗୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହି କ୍ରମରେ କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୭ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅଭିନନ୍ଦନ ପଣ୍ଡା, ଖଡ଼ିଆଳ ପାଇଁ ହିତେଶ କୁମାର ବଗର୍ତ୍ତୀ, ଲାଞ୍ଜିଗଡ଼ ପାଇଁ ରମେଶ ଚନ୍ଦ୍ର ମାଝୀ, ଜୁନାଗଡ଼ ମନୋଜ ମେହେର, ଧର୍ମଗଡ଼ ପାଇଁ ସୁଧିର ପଟ୍ଟଜୋଷୀ, ଭବାନୀପାଟଣା ପାଇଁ ପ୍ରଦୀପ୍ତ କୁମାର ନାଏକ ଓ ନର୍ଲା ପାଇଁ ଅନିରୁଦ୍ଧ ପଧାନଙ୍କୁ ଟିକେଟ ଦେଇଛି ଦଳ। ପୂର୍ବରୁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ପ୍ରାର୍ଥୀ ଭାବେ ମାଳବିକା କେଶରୀ ଦେଓଙ୍କ ନାମ ଘୋଷଣା ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.