ନୂଆପଡ଼ା ବିଜେପି ପ୍ରାର୍ଥୀ ଘୋଷଣାର ପୁନଃ ବିଚାର ଦାବି କଲେ ପ୍ରସନ୍ନ ଓ ଯଦୁମଣି 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଅଭିନନ୍ଦନ ପଣ୍ଡାଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ ନୂଆପଡା ବିଧାନସଭାରୁ ବିଜେପି ଟିକେଟ ଆଶାୟୀ ଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ ଓ ଯଦୁମଣି ପାଣିଗ୍ରାହୀ କୋମନା ବ୍ଲକ ଘଟିପଡ଼ା ଠାରେ ଏକ କର୍ମୀ ସମ୍ମିଳନୀ କରିଥିଲେ। ଯେଉଁଥିରେ ନୂଆପଡା ନିର୍ବାଚନ ମଣ୍ଡଳୀର ୮ ରୁ ୭ ଟି ମଣ୍ଡଳ ଅଧକ୍ଷ ଉପସ୍ଥିତ ରହିବା ସହିତ ଅନେକ ବିଜେପି କର୍ମୀ ଯୋଗ ଦେଇଥିଲେ। ଆଶାୟୀଙ୍କୁ ଉପେକ୍ଷା କରି ଟିକେଟ ଦୌଡ଼ରେ ନ ଥିବା ଲୋକକୁ ପ୍ରାର୍ଥୀ କରାହୋଇଛି। ରାଜ୍ୟ ନେତୃ ମଣ୍ଡଳୀଙ୍କୁ ସମସ୍ତ ସମସ୍ୟା ଓ ଅସନ୍ତୋଷର କାରଣ ଜଣାଇ ରାଜ୍ୟ ନେଇଥିବା ଟିକେଟର ନିଷ୍ପତି ପୁନଃ ବିଚାର ପାଇଁ ତାଙ୍କର ଦୃଷ୍ଟି ଆକର୍ଷଣ କରିବୁ। ଯଦି ପୁନଃ ବିଚାର ନ ହେବ ତାହେଲେ ଆଗାମୀ ଦିନରେ ବିରାଟ କର୍ମୀ ସମାବେଶ କରି ସର୍ବ ସମ୍ମତି କ୍ରମେ ଭବିଷ୍ୟତ କାର୍ଯ୍ୟପନ୍ଥା ନିଷ୍ପତି କରିବୁ ବୋଲି ବିଜେପି ରାଜ୍ୟ କରାଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ଏବଂ ରାଜ୍ୟ ଜବରଦସ୍ତି ନିଷ୍ପତିକୁ କାର୍ଯ୍ୟକତ୍ତାଙ୍କ ଉପରେ ଲଦିଦେଇଛି। ଯାହାଙ୍କର ନାଁରେ ସର୍ଭେ ହୋଇନି ବସନ୍ତ ପଣ୍ଡାଙ୍କ ଟିକେଟ କଟିଯିବାରୁ ଥଇଥାନ କରିବା ପାଇଁ ତାଙ୍କର ପୁତ୍ରଙ୍କୁ ଟିକେଟ ଦେଇଛି। ଏହି ପରିବାର ବାଦକୁ କାର୍ଯ୍ୟକର୍ତ୍ତା ବିରୋଧ କରୁଛନ୍ତି। ଆଗାମୀ ଦିନରେ କର୍ମକର୍ତ୍ତାଙ୍କୁ ନେଇ ଭୁବନେଶ୍ୱର ହାଇକମାଣ୍ଡଙ୍କ ପାଖରେ ଫେରାଦ ହେବୁ ବୋଲି ବିଜେପି ରାଜ୍ୟ କରାଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ କହିଛନ୍ତି। ରାଜ୍ୟ ଟିକେଟ ନିଷ୍ପତି ପୁନଃ ବିଚାର ହେବ ନାଁ ନାହିଁ ଏ ନେଇ ବିଜେପି କର୍ମୀ ଦ୍ୱନ୍ଦ୍ୱରେ ଅଛନ୍ତି। ଅନ୍ୟ ପଟେ ବିଜେପି ଟିକେଟ ପାଇଥିବା ଅଭିନନ୍ଦନ ପଣ୍ଡା ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ବିଜେପି କିପରି ଅସନ୍ତୋଷ କର୍ମୀ ଓ ନେତୃମଣ୍ଡଳୀଙ୍କୁ ଦଳ ସପକ୍ଷରେ ଏକଜୁଟ ହୋଇ ନିର୍ବାଚନୀ ମଇଦାନରେ ବିପକ୍ଷରେ ଥିବା ବିଜେଡିର ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ କଂଗ୍ରେସର ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ବିଗ ଫାଇଟ କରିବ ତାକୁ ନେଇ ନୂଆପଡା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.