ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାଧାରଣ ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ବେଳେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଏକ କାଳୀନ ବଲାଙ୍ଗୀର ଲୋକସଭା ସାଂସଦ କ୍ଷେତ୍ର ସହ ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ମତଦାନକୁ ମୁକ୍ତ, ସ୍ଵଛ ଓ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରିବା ଉପରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି l ଜିଲ୍ଲାରେ ମତଦାନ ପାଇଁ ମତଦାତା ଯେପରି ଅଧିକରୁ ଅଧିକ ଭାବେ ମତଦାନ କେନ୍ଦ୍ରକୁ ଆସି ସୁରୁଖୁରୁରେ ତଥା ବ୍ୟବସ୍ଥିତ ଭାବେ ନିଜ ନିଜର ମତଦାନକୁ ସାବ୍ୟସ୍ତ କରିପାରିବେ ସେଥିନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ଜନମୁରା ଗ୍ରାମ ପଞ୍ଚାୟତ ହଳଦିପାଲି ଓ ପିପିଲିପାଲି ସ୍କୁଲ ପରିସରସ୍ଥ ମତଦାନ କେନ୍ଦ୍ର, ହରଡ଼ଖୋଲ ଗ୍ରାମପଞ୍ଚାୟତ ର ମାଝୀମୁଣ୍ଡା ଓ କୁଟସିରା ମତଦାନ କେନ୍ଦ୍ର ସହ ଖାରୀ ସ୍କୁଲ ସ୍ଥିତ ମତଦାନ କେନ୍ଦ୍ର ପରିଦର୍ଶନ ପୂର୍ବକ ବୁଥ୍ ଗୁଡିକରେ ଆବଶ୍ୟକ ଭିତ୍ତିଭୂମି ଓ ପ୍ରସ୍ତୁତି ର ଯାଞ୍ଚ କରିଛନ୍ତି। ଜିଲ୍ଲାପାଳ ଶ୍ରୀମତୀ ଦାସ ପରିଦର୍ଶନ ସମୟରେ ସମ୍ପୃକ୍ତ ବି ଏଲ ଓ, ତଥା ଏ ଆର ଓ,ଆର ଓ ଙ୍କୁ ପ୍ରତ୍ୟେକ ବୁଥ୍ ରେ ମତଦାନ ଦିନ ପାନୀୟଜଳ, ଆଶ୍ରୟ ସ୍ଥଳ, ବିଶ୍ରାମ କକ୍ଷ, ଆବଶ୍ୟକ ଶୌଚାଳୟ ବ୍ୟବସ୍ଥା, ଆବଶ୍ୟକ ଅନୁଯାଇ ଆଲୋକ ବ୍ୟବସ୍ଥା, ଭିନ୍ନକ୍ଷମ ମାତାଦାତାଙ୍କ ନିମନ୍ତେ ରେମ୍ପ ସୁବିଧା, ହୁଇଲ ଚେୟାର ବ୍ୟବସ୍ଥା ପୁନଶ୍ଚ ୮୦ ବର୍ଷରୁ ଉର୍ଦ୍ଧ ମତଦାତାଙ୍କ ନିମନ୍ତେ ବ୍ୟବସ୍ଥିତ ମତଦାନ ପାଇଁ ଆବଶ୍ୟକ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ବିଡିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ସମ୍ପୃକ୍ତ ବିଏଲଓ ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.