ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ ପକ୍ଷରୁ ବାଲେଶ୍ୱର ଆତିଥ୍ୟ ସଭାଘରେ ଆସନ୍ତା ୭ ତାରିଖ ସନ୍ଧ୍ୟା ୬ଟାରେ ଆୟୋଜନ କରୁଛି ଏକ ଅନୁପମ କବିତା ପର୍ବ ‘ଆମନ୍ତ୍ରଣ’। ଏଥିରେ ଓଡ଼ିଶାର ୫ଜଣ ଆମନ୍ତ୍ରିତ କବି ସମ୍ମାନିତ ହେବା ସହିତ ୧୩ ଜଣ ଆମନ୍ତ୍ରିତ କବି ପଢିବେ ସ୍ଵରଚିତ କବିତା। ଏହି କାର୍ଯ୍ୟକ୍ରମରେ ଅତିଥି କବି ଭାବରେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, କବି ବିମଳ ଜେନା, କବି ଶ୍ରୀଦେବ, କବି ଓ ଗାଳ୍ପିକା ସୈରିନ୍ଧ୍ରୀ ସାହୁ, କବି କୃଷ୍ଣ କୁମାର ମହାନ୍ତି ଯୋଗ ଦେଉଥିବା ବେଳେ ସମ୍ବର୍ଦ୍ଧିତ ହେବେ କବି ବିଜୟ ମହାପାତ୍ର, କବି ବାସୁଦେବ ସୁନାନୀ, କବି ପୁରୁଷୋତ୍ତମ ମିଶ୍ର, କବି ଦୁର୍ଗା ପ୍ରସାଦ ପଣ୍ଡା ଓ କବି ଅଙ୍ଗୁରବାଳା ପରିଡା। ଏହି ବାଲେଶ୍ଵରର ତିନି ଦିବଂଗତ କବି ବ୍ରଜନାଥ ରଥ, କବି ଚନ୍ଦ୍ର କୁମାର ମହାନ୍ତି ଓ କବି ପଞ୍ଚାନନ ଦାଶଙ୍କ ସ୍ମୃତିରେ ସମର୍ପିତ ମଞ୍ଚରେ ସେମାନଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିବେ ଅତିଥି କବି ଅଭୟ ଦାସ, କବି ଉତ୍ପଳ ମହାନ୍ତି ଓ କବି ଶୁଭେନ୍ଦୁ ଦାସ। ଏହି ଆସରରେ ଅଧ୍ୟକ୍ଷତା କରିବେ ଅନୁଷ୍ଠାନର ମୁଖ୍ୟ ପୁରୋଧା କବି ପ୍ରଶାନ୍ତ ଦାସ। ଆସରରେ ପ୍ରାକ୍ ଭାଷ ରଖିବେ ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ଵାଳ। ଏହି କବିତା ପର୍ବରେ କାବ୍ୟପ୍ରେମୀଙ୍କୁ ଯୋଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।