ଜାତୀୟ ଆନ୍ତଃ-ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ‘ହୁନର-୨୪’ରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସଫଳତା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ ପଞ୍ଜାବର ଲୁଧିଆନା, ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ୩୭ ତମ ଜାତୀୟ ଇଣ୍ଟର ୟୁନିଭରସିଟି ସାଂସ୍କୃତିକ ତଥା ସାହିତ୍ୟିକ କର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଅଛି। ଏଥିରେ ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଛାତ୍ର ଅଭିଷେକ ରାଉତ ‘ଭାରତୀୟ ଶାସ୍ତ୍ରୀୟ ନୃତ୍ୟ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହେବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ଏ- ବର୍ଗରେ ପ୍ରଦର୍ଶିତ କଳାସଂସ୍କୃତି ବିଷୟବସ୍ତୁ ସମଗ୍ର ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହା ସମଗ୍ର ବିଶ୍ୱବିଦ୍ୟାଳୟ ପାଇଁ ସମ୍ମାନ ଆଣିବା ସହ ଅନନ୍ୟ ସଫଳତା ପ୍ରଦାନ କରିଅଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପ୍ରେରଣା, ସମର୍ଥନ ଏବଂ ନେତୃତ୍ୱ ଏହି ସଫଳତାର ମୂଳ ଆଧାର ରହିଛି। ଏହି ସଫଳତା ନିମନ୍ତେ ସେ ପୁରସ୍କୃତଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏଥି ସହିତ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଂଜନ ରାଉତଙ୍କ ଉଦ୍ୟମ ଏଠାରେ ଉଲ୍ଲେଖଯୋଗ୍ଯ। କାର୍ଯ୍ୟକ୍ରମର ଟିମ୍ ମ୍ୟାନେଜର ଶ୍ରୀ ଶଶାଙ୍କ ଶେଖର ଗଡନାୟକଙ୍କ ତତ୍ତ୍ବବଧାନରେ କାର୍ଯ୍ୟକ୍ରମର ସଂଯୋଜନା ସଫଳତାର ସହ ସଂପାଦିତ ହୋଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.