ପିସିସି ସଭାପତିଙ୍କ ଟାର୍ଗେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ !

ସଂସଦୀୟ କ୍ଷେତ୍ର ବିଜେଡି ନେତୃ ମଣ୍ଡଳୀ ମଧ୍ୟ ମନ୍ତ୍ରୀ ଢୋଲକିଆଙ୍କ ବିରୋଧରେ କରିବେ ଭିତିରିଆ ସପୋର୍ଟ !

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବିଧାନସଭା ଆସନରୁ ବିଜେଡି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଚଳିତ ୨୦୨୪ ନିର୍ବାଚନରେ ବିଧାୟକ ପ୍ରାର୍ଥୀ କରିଛି। ମନ୍ତ୍ରୀ ଢୋଲକିଆ ୨୦୧୯ ନିର୍ବାଚନରେ କଂଗ୍ରେସର ଘାସିରାମ ମାଝୀଙ୍କ ଠାରୁ ୨୦ ହଜାର ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ବର୍ତ୍ତମାନ ନୂଆପଡା ନିର୍ବାଚନୀ ମଇଦାନରେ ବିଗ ଫାଇଟ ହେବ ବୋଲି ଅଙ୍କ କଷା ଚାଲିଛି। ଏହି ପରିପେକ୍ଷୀରେ ବିଜେଡିରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଜେପିରୁ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ସୁପୁତ୍ର ଅଭିନନ୍ଦନ ପଣ୍ଡା ଏବଂ କଂଗ୍ରେସରୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନୀ ମଇଦାନକୁ ଓଲ୍ହାଉଛନ୍ତି। ତେବେ ନୂଆପଡାରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ହରାଇବା ପାଇଁ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ବିଜେଡି ନେତା ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତିଙ୍କୁ ଭିତିରିଆ ସପୋର୍ଟ କରିବେ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀ ଢୋଲକିଆ ଏଥର ପରାଜିତ ହେଲେ ମନ୍ତ୍ରୀ ପଦ କଳାହାଣ୍ଡି ଜିଲ୍ଲାକୁ ଯିବ ଏବଂ ପିସିସି ସଭାପତି ନୂଆପଡା ବିଧାନସଭା ଆସନରୁ ବିଜୟୀ ହେଲେ ଜିଲ୍ଳାରେ ପୁରୁଣା କଂଗ୍ରେସ ନେତା ଓ ପିସିସି ସଭାପତିଙ୍କ ଦବଦବା ହେବ ବୋଲି ଏକ ବିଶେଷ ସୂତ୍ରରୁ ସୂଚନା ରହିଛି। ତେବେ ଖଡ଼ିଆଳ ବିଧାନସଭାରୁ ଅଧୀରାଜ ମୋହନ ପାଣିଗ୍ରାହୀଙ୍କ ଟିକେଟ ସୁନିଶ୍ଚିତ ହେବା ବିଜେଡି ଜିଲ୍ଲା ସଭାପତି, ଯୁବ ସଭାପତି, ରାଜ୍ୟ ସମ୍ପାଦକ ମନ୍ତ୍ରୀ ଢୋଲକିଆଙ୍କୁ ବିରୋଧ କରିବା, ପିସିସି ସଭାପତି ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ରର କେତେକ ବିଜେଡି ନେତୃ ମଣ୍ଡଳୀଙ୍କ ଭିତିରିଆ ଲିଙ୍କ ଥିବା କର୍ମୀ ଓ ବୁଦ୍ଧିଜୀବୀ ମହାଲରେ ଚର୍ଚ୍ଚା ହେଉଛି। ଏ ନେଇ କୌଣସି ପ୍ରତିକ୍ରିୟା କିମ୍ବା ବୟାନବାଜି ହୋଇ ନ ଥିବା ବେଳେ ପିସିସି ସଭାପତି କୁଆଡେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର କେତେକ ବିଜେଡି ନେତୃ ମଣ୍ଡଳୀଙ୍କ ଭିତିରିଆ ସହଯୋଗରେ ନୂଆପଡା ବିଧାନସଭା ଆସନରୁ ସୁନିଶ୍ଚିତ ବିଜୟୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.