କଳାକୂପା-ମୂଷାନାଲ ରାସ୍ତା ନିର୍ମାଣରେ ଅନିୟମିତତା: ନିମ୍ନମାନର କାମ ଚାଲିଥିବା ଅଭିଯୋଗ; ତଦାରଖ କରୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗମନାଗମନର ସୁବିଧା ପାଇଁ ସରକାର ରାସ୍ତାଗୁଡିକୁ ପ୍ରଶସ୍ତୀକରଣ ଓ ଦୋହରାକରଣ କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଛି। ଏ ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ଅଧୀନରେ ଥିବା କଳାକୁପା-ମୂଷାନାଲ ରାସ୍ତା ଓ ପୋଲ ନିର୍ମାଣରେ ବ୍ୟାପକ ଅନିୟମିତତା ଓ ଚଞ୍ଚକତା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକର କଳାକୂପା ଠାରୁ ମୂଷାନାଳ ପର୍ଯ୍ୟନ୍ତ ନୂତନ ଭାବେ ରାସ୍ତା ଓ ପୋଲ ମାନ ନିର୍ମାଣ ହେଉଥିବାବେଳେ ରାସ୍ତା ନିର୍ମାଣରେ ହେଉଛି ଦୁର୍ନୀତି। ଏଠାରେ ଠିକାଦାର ମନମୁଖୀ କାର୍ଯ୍ୟ କରି ବିଭାଗୀୟ ଗାଇଡ୍‌ଲାଇନ କିଛି ମାନୁ ନ ଥିବା ଅଭିଯୋଗ ହେଉଛି। ବିଭାଗୀୟ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ତଦାରଖ କରୁ ନ ଥିବାରୁ ଠିକାଦାର ଇଚ୍ଛା ମୁତାବକ ନିମ୍ନମାନର କାମ କରୁଛନ୍ତି। ନିର୍ମାଣ ଆରମ୍ଭରୁ ବ୍ୟୟ ଅଟକଳ ଦର୍ଶାଇ ସୂଚନାଫଳକ ଲଗାଇବା କଥା, ପୋଲ ନିର୍ମାଣ ସ୍ଥାନରେ ବ୍ୟାରିକେଡ଼ ଦେବା କଥା, କାର୍ଯ୍ୟରେ ସୁରକ୍ଷା ନିୟମ ନ ମାନିବା, ଭାଇବ୍ରେଟର ନ ମାରିବା, ସିମେଣ୍ଟର ପରିମାଣ କମ୍‌ କରିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କଳାକୂପା-ମୂଷାନାଲର ଏହି ରାଜ୍ୟ ରାଜପଥ ରାସ୍ତାରେ ବିଭିନ୍ନ ସ୍ଥାନରେ ନୂଆ ପୋଲର ଆବଶ୍ୟକ ଥିବା ବେଳେ ପ୍ରତ୍ୟେକ ସ୍ଥାନରେ ନୂଆ ପୋଲ ଲଗେଇବା ବଦଳରେ ପୂର୍ବରୁ ରାସ୍ତାରେ ଲାଗି ଥିବା ସେହି ପୁରୁଣା ହୋମ୍ ପାଇପ୍ ପୋଲକୁ ତରବରିଆ ଭାବେ ମରାମତି କରି କାମ ସାରିଦେବା ଉଦ୍ୟମ କରୁଛନ୍ତି ଠିକାଦାର। ତେବେ ପାଣି ଭଲି କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉ ଥିବା ରାସ୍ତାରେ ନୂଆ ପୋଲ ନଲଗାଇ କାହିଁକି ପୁରୁଣା ପୋଲ ଲଗାଇ କୋଟି କୋଟି ଟଙ୍କା ଆତ୍ମସାତ କରାଯାଉଛି ବୋଲି ଏବେ ଅଞ୍ଚଳରେ ବେସ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ଠାରେ ରାସ୍ତା ଓ ପୋଲ କାମ ଚାଲୁଛି ସେହି ସ୍ଥାନରେ ବ୍ୟାରିକେଡ଼ ଲାଗିବା ଆବଶ୍ୟକ ରହିଥିବା ବେଳେ ଏବେ ଯାଏଁ କୌଣସି ସ୍ଥାନରେ ବ୍ୟାରିକେଡ଼ ମଧ୍ୟ୍ୟ ଲାଗିନାହିଁ ଯାହା ଫଳରେ ଲୋକେ ଯାତାୟାତ କରୁଥିବା ବେଳେ ଦୁର୍ଘଟଣାର ଶୀକାର ହେବା ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ ଏହି ରାଜ୍ୟ ରାଜପଥରେ ହୋମ ପାଇପ ପୋଲ ନିର୍ମାଣର ମାତ୍ର ୨ ଦିନ ହୋଇଛି ହେଲେ ହୋମ ପାଇପ ମଝିରେ ଭାଙ୍ଗି ଅଲଗା ହୋଇ ଗଲାଣି କିନ୍ତୁ ପୂର୍ତ୍ତ ବିଭାଗ ଜାଣି ଶୁଣି ନିରବ ରହିଥିବା ବେଳେ ଅଞ୍ଚଳବାସୀ ଏହାକୁ ନେଇ ତୀବ୍ର ବିରୋଧ କରୁଥିଲେ ମଧ୍ୟ ପୂର୍ତ୍ତ ବିଭାଗ କୌଣସି ଅଧିକାରୀ ଅଞ୍ଚଳବାସୀଙ୍କ ଦୁଃଖ ଶୁଣୁ ନାହାନ୍ତି। ଏଠି ପ୍ରଶ୍ନ ଉଠୁଛିଯେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅତି ନିମ୍ନମାନର କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରୁ ଥିଲେ ମଧ୍ୟ ପୂର୍ତ୍ତ ବିଭାଗ ଏବେ ଯାଏଁ ତଦାରଖ କାହିଁକି ହେଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ କେଉଁ ପୁରାତନ କାଳରୁ ଏହି ରାସ୍ତା ଓ ପୋଲ ନିର୍ମାଣ ହୋଇ ଥିଲା ଯାହାକି ସେହି ପୁରୁଣା ପୋଲ ସମ୍ପୂର୍ଣ୍ଣ ଭାବେ ହାଲୁକା ହୋଇଛି କିନ୍ତୁ ସେହି ହାଲୁକା ପୋଲକୁ କାଡି ନୂଆ ପୋଲ ଲଗେଇବା ବଦଳରେ ପୁଣି ସେହି ପୁରୁଣା ପୋଲକୁ ଲଗା ଯାଉଛି ତାହା ପୁଣି ଠିକ ଭାବରେ ସିମେଣ୍ଟ ଲାଗୁନାହିଁ କି ଠିକ ଭାବରେ ଯଏଣ୍ଟ ମଧ୍ୟ୍ୟ ହେଉନାହିଁ। ତେବେ ଏ ସମ୍ପର୍କରେ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀ ଲମ୍ବୋଦର ବେହେରାଙ୍କୁ ମତାମତ ନେବା ପାଇଁ ଫୋନ ମାଧ୍ୟ୍ୟମରେ ଯୋଗାଯୋଗ କରିଥିଲୁ ସେ କହିଛନ୍ତି ଆମେ ନୂଆ ହୋମ ପାଇପ ପଠାଇଛୁ କାହିଁକି ପୁରୁଣା ହୋମ ପାଇପ ଲଗା ଯାଉଛି ମୁଁ ତଦନ୍ତ କରି ନୂଆ ହୋମ ପାଇ ଲଗାଇବାର ବ୍ୟବସ୍ଥା କରିବି। ତେବେ ସେ ତଦାରଖ କରି ଏଦିଗରେ ଦୃଷ୍ଟି ଦେଇ ଏହାର ସଠିକ୍ ତଦନ୍ତ କରି ନିମ୍ନମାନର କାମ ଏବଂ ଲାଗିଥିବା ପୁରୁଣା ପୋଲକୁ କାଡି ନୂଆ ପୋଲ ଲଗାଇବା ବ୍ୟବସ୍ଥା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.