ମୁଷାନାଲ ଠାରେ ବିଜେଡ଼ିର ସଂକଳ୍ପ ସମାବେଶ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ମୁଷାନାଲ ଠାରେ ଶୁକ୍ରବାର ବିଜେଡ଼ିର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିରରେ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଲାଞ୍ଜିଗଡ଼ ବିଧାନସଭା ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ପୂଜାର୍ଚ୍ଚନା କରି ଦଳୀୟ କର୍ମୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମୁଷାନାଲ ଆମ୍ବତୋଟା ସ୍ଥିତ ସମାବେଶ ସ୍ଥଳରେ ପହଞ୍ଚିଥିଲେ। ଲାଞ୍ଜିଗଡ ବ୍ଲକର ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ମୁଷାନାଲ ଠାରେ ଅନୁଷ୍ଠିତ ଏହି ସମାବେଶରେ ବିଜେଡ଼ି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ବିଜେଡିର ସୁଶାସନକୁ ପାଥେୟ କରି ନିର୍ବାଚନ ଲଢିବାକୁ ଓ ପ୍ରଚାର କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ପାତ୍ର ମାଝୀ, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଲୋକନାଥ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ତୁଳସୀ ନାଏକ, ବ୍ଲକ ମହିଳା ସଭାନେତ୍ରୀ ସୁଜାତା ଘଡେଇ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ଚନ୍ଦ୍ରଧ୍ୱଜ ପେସନିଆ, ବ୍ଲକ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗ ପ୍ରମୁଖ ମଞ୍ଚାସୀନ ଥିଲେ। ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଦଳୀୟ କର୍ମୀ ଯୋଗ ଦେଇଥିଲେ। ବିଜେଡିର ଆଗୁଆ ପ୍ରାର୍ଥୀ ଘୋଷଣା ଓ ଆଜିର ସଂକଳ୍ପ ସମାବେଶ ଯୋଗୁଁ ବ୍ଲକର ଦଳୀୟ ନେତା ଓ କର୍ମୀ ମହଲରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.