କାଜୁ ବଗିଚାରୁ ନିଖୋଜ ବୃଦ୍ଧାଙ୍କ ଗଲିତ ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଝରିଆଗୁଡା, ଛିଲିପାମାଲ ରାସ୍ତାରେ ଥିବା କାଜୁ ବଗିଚାରୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ଡହାଗାଁ ପଞ୍ଚାୟତର ନୁଆଗୁଡା ନାଗପଡା ବୈକୁଣ୍ଠ ବାଗ(୬୫) ବୋଲି ଜଣାପଡ଼ିଛି।ଶୁକ୍ରବାର କାଜୁ ବଗିଚାରେ କାମ କରୁଥିବା କିଛି ମହିଳା କାଜୁ ଗୋଟାଇବା ସମୟରେ ପ୍ରବଳ ଦୁର୍ଗନ୍ଧ ହେଇଥିବାବେଳେ ଏକ କାଜୁ ଗଛରେ ଜଣେ ବ୍ୟକ୍ତିଙ୍କର ଗଲିତ ଶବ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଏହାପରେ କୋକସରା ପୁଲିସକୁ ଖବର ଦେଇଥିଲେ। କୋକସରା ଥାନା ଅଧିକାରିଣୀ ରନିତା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ। ତେବେ ଉକ୍ତ ଶବଟି ଗଛରେ ସଡି ଯାଇଥିବାବେଳେ ମୃତଙ୍କ ପରିଚୟ ସ୍ପଷ୍ଟ ହୋଇ ନଥିଲା। ଏହାପରେ ସନ୍ଦେହ କରି ପୁଲିସ ଗତ ୩୦ ତାରିଖରେ ନିଖୋଜ ଥିବା ବୈକୁଣ୍ଠ ବାଗଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଡାକ୍ତରଖାନାରେ ସେମାନେ ପହଞ୍ଚି ଉକ୍ତ ଶବଟି ବୈକୁଣ୍ଠର ବୋଲି ଚିହ୍ନଟ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ କୋକସରା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.