ତାମିଲନାଡୁରେ ନୂଆପଡାର ଆଇଆରବି ଜବାନ ପ୍ରମୋଦ ମାଝୀ ସହିଦ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗାଁ ମାଝୀ ପଡ଼ାର ପୁର୍ଣଚନ୍ଦ୍ର ମାଝୀଙ୍କ ସୁପୁତ୍ର ଆଇଆରବି ଜବାନ ପ୍ରମୋଦ ମାଝୀ (୩୦) ସହିଦ ହୋଇଥିବା ସୂଚନା ମିଳିଛି | ସହିଦ ଜବାନ ପ୍ରମୋଦ ମାଝୀ ନିର୍ବାଚନୀ ଡ୍ୟୁଟିରେ ତାମିଲନାଡୁ ରାଜ୍ୟରେ ଆଇଆରବି ଜବାନ ଭାବେ କାର୍ଯ୍ୟରତ ଥିଲେ | କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ସମୟରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ | ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି | ତେବେ ଏହି ଖବର ମିଳିବା ପରେ ଧରମବନ୍ଧା ଗାଁ ତଥା ଆଖପାଖ ଅଂଚଳରେ ପରିବେଶ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ସହିଦ ପ୍ରମୋଦଙ୍କ ସ୍ତ୍ରୀ ସାମନ୍ତିନି ଧରୁଆ (୨୬) ଏବଂ ଗୋଟିଏ ଶିଶୁ ପୁତ୍ର ଶ୍ରୀୟାଂଶ ମାଝୀ (୩) ଅଛନ୍ତି | ତାମିଲନାଡୁ ପୋଷ୍ଟିଂ ପୂର୍ବରୁ ନୂଆପଡା ଜିଲ୍ଲା ବୋଡେ଼ନରେ ପ୍ରମୋଦ ମାଝୀ ଆଇଆରବିରେ କାର୍ଯ୍ୟରତ ଥିଲେ | ସହିଦ ଜବାନଙ୍କ ମରଶରୀରକୁ ଆଜି ପ୍ରଥମେ ଭୁବନେଶ୍ୱର ଓ ସେଠାରୁ ପରେ ଧରମବନ୍ଧା ନିଜ ଗାଁକୁ ଅଣାଯିବ ବୋଲି ସୂଚନା ରହିଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.