ବିଜେଡ଼ିର ବଲାଙ୍ଗିର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସଇଁତଲା ଠାରେ ବିପୁଳ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବିଜୁ ଜନତା ଦଳର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ସଇଁତଲା ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁତଲା ବିଜୁ ଜନତା ଦଳ ତରଫରୁ ସଂଧ୍ୟାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଲୋକସଭା ପ୍ରାର୍ଥୀ ଶ୍ରୀ ସିଂ ଭୋଇ ନବୀନ ନିବାସରେ ମୂଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଫେରିବା ପରେ ପ୍ରଥମେ ସ୍ଥାନୀୟ ସ୍ୱାଧୀନ ପଡା ଠାରୁ ଦଳ ତରଫରୁ ଏକ ବିରାଟ ରୋଡ଼ ସୋ ରେ ବାହାରି ଇଷ୍ଟଦେବୀ ମା ଚଣ୍ଡୀ ଙ୍କ ମନ୍ଦିର ଯାଏ ପାଛୋଟି ନିଆଯାଇଥିଲା। ଶ୍ରୀ ସିଂ ଭୋଇ ମା ଚଣ୍ଡୀ ଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେl ଏହାପରେ ସଇଁତଲା ଠାରେ ଆୟୋଜିତ ବିରାଟ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଆୟୋଜିତ ହୋଇଥିଲା। ଏହି ସମ୍ୱର୍ଦ୍ଧନା ସଭାରେ ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ ଟୁକୁନୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ବିଜେଡି ଉପ ସଭାପତି ସୁରେନ୍ଦ୍ର ସାହୁ, ବ୍ଲକ ଭାଇସ ଚେୟାରମ୍ୟାନ ଗୁଣସାଗର ମାଝୀ, ବ୍ଲକ ପର୍ଯ୍ୟବେକ୍ଷକ ଲୋଟସ ଷଡ଼ଙ୍ଗୀ ତଥା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କୁ ଲୋକସଭା ପ୍ରାର୍ଥୀ ଶ୍ରୀ ସିଂ ଭୋଇଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ତାଙ୍କୁ ବିପୁଳ ଭୋଟରେ ବିଜୟ କରାଇବାକୁ ଦୃଢ଼ ପ୍ରତିଶୁତି ଦେଇଥିଲେ। ଏହି ସମୟରେ ସରପଞ୍ଚ ସଂଘ, ଡ୍ରାଇଭର ସଂଘ, ବ୍ରାହ୍ମଣ ସଂଘ, ଓଡ଼ିଶା ସାମ୍ୱାଦିକ ସଂଘ (ଓଜେୟୁ), ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ, ଶ୍ରମିକ ସଂଘ ସମେତ ବିଭିନ୍ନ ସଙ୍ଗଠନ ତରଫରୁ ଶ୍ରୀ ସିଂ ଭୋଇଙ୍କୁ ଉପଢୌକନ ସହ ଫୁଲତୋଡ଼ା ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ବରିଷ୍ଠ ବିଜେଡି ନେତା ଟୁନୁ ରାଜପଲିଆ ସଭା ସଂଯୋଜନା କରିଥିବା ବେଳେ ମାନଭଞ୍ଜନ ପାଣିଗ୍ରାହୀ, ଅମିତ ରଥ, ପ୍ରଦୀପ ବାଗ, ଲାଲୁ ଅଗ୍ରୱାଲ, ଲଲାଟ ପୃଷେଠଙ୍କ ସମେତ ବହୁ ଦଳୀୟ କର୍ମ କର୍ତ୍ତାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.