କବି ଦୁର୍ଗା ପ୍ରସାଦଙ୍କ ପିତୃବିୟୋଗରେ ହେଲା ଏକ ମିନିଟ୍ ନିରବ ପ୍ରାର୍ଥନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପ୍ରଜାପତି ଅନୁଷ୍ଠାନର ସାହିତ୍ୟ ଶାଖା ‘ଅକ୍ଷର’ ପକ୍ଷରୁ ରବିବାର ସଂଧ୍ୟାରେ କବିତା ପର୍ବ ‘ଆମନ୍ତ୍ରଣ’ ଆତିଥ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ହରିଶ୍ଚନ୍ଦ୍ର ବେହେରା, କବି ଶ୍ରୀଦେବ, ‘ଧ୍ବନି ପ୍ରତିଧ୍ବନି’ ଓ ‘ସାଗରିକା’ର ସଂପାଦିକା ସୈରିନ୍ଧ୍ରୀ ସାହୁ ଓ ‘ରେବତୀ’ପତ୍ରିକାର ସହଯୋଗୀ ସମ୍ପାଦକ କବି କୃଷ୍ଣ କୁମାର ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ବରିଷ୍ଠ କବି ବିଜୟ ମହାପାତ୍ର, ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ କବି ଅଙ୍ଗୁରବାଳା ପରିଡ଼ାଙ୍କୁ ‘ଅକ୍ଷର ଆମ କବିତା ସମ୍ମାନ- ୨୦୨୪’ ଏବଂ କଣ୍ଠଶିଳ୍ପୀ ଶ୍ଵେତାଲିସା ଶୁଭଦର୍ଶିନୀଙ୍କୁ ‘ସଂସ୍କାର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । କବି ଦୁର୍ଗା ପ୍ରସାଦ ପଣ୍ଡା ଓ କବି ବାସୁଦେବ ସୁନାନୀ ଉପସ୍ଥିତ ହୋଇପାରି ନଥିବାରୁ ସେମାନଙ୍କ ପକ୍ଷରୁ ମାନପତ୍ର ଓ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ କ୍ଷୀରୋଦ ବିହାରୀ ବିଶ୍ଵାଳ ଓ ଡ଼କ୍ଟର ସୌରଭ ରଞ୍ଜନ ଖମାରୀ। ଏମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଶିକ୍ଷାବିତ ଘନଶ୍ୟାମ ବିଶ୍ଵାଳ ଏବଂ ଅଧ୍ୟକ୍ଷ ରତ୍ନାକର ସିଂ ଓ ଡାକ୍ତର ଶାନ୍ତନୁ ଦାସ। ଏହି ‘ଆମନ୍ତ୍ରଣ’ କାର୍ଯ୍ୟକ୍ରମ ବାଲେଶ୍ବରର ପ୍ରଣମ୍ୟ କବି ବ୍ରଜନାଥ ରଥ, ଚନ୍ଦ୍ରକୁମାର ମହାନ୍ତି ଓ ପଞ୍ଚାନନ ଦାଶଙ୍କୁ ସମର୍ପିତ କରାଯାଇଥିଲା। ସ୍ବର୍ଗତ କବିତ୍ରୟଙ୍କ ରଚନାରୁ କବି ବ୍ରହ୍ମନାଥ ରଥ, ଉତ୍ପଳ ମହାନ୍ତି ଓ ଶୁଭେନ୍ଦୁ ଦାସ କବିତା ପାଠ କରିଥିବା ବେଳେ ଅତିଥି କବି ଓ ସମ୍ବର୍ଦ୍ଧିତ ପ୍ରତିଭାମାନେ ମଧ୍ୟ କବିତା ପାଠ କରିଥିଲେ । ପ୍ରାରମ୍ଭରେ କବି ଓ ଗାଳ୍ପିକ ଗଙ୍ଗାଧର ବିଶ୍ଵାଳ ଉତ୍ସବ ସଂପର୍କରେ ପ୍ରାକ୍ ଭାଷ ପ୍ରଦାନ କରିଥିବା ବେଳେ ରାଜେଶ ଗିରି ସ୍ବାଗତ ଅଭିଭାଷଣ ଦେଇଥିଲେ। ବିପ୍ଳବ ଦାସ ମହାପାତ୍ର, କବି ମଧୁସୂଦନ ମିଶ୍ର, ସନ୍ତୋଷ ଦଳେଇ, ସରସ୍ବତୀ ଭୋଇ ଓ ପ୍ରତିମା ତ୍ରିପାଠୀ, ରଶ୍ମି ସ୍ବାଇଁ, ରୋଜାଲିନ ମିଶ୍ର ଓ ଶ୍ରୀୟା ମହାପାତ୍ର କବିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଅମରଜିତ ଦାସ, ପାର୍ଥସାରଥୀ ସାହୁ, ରଶ୍ମିତା ଆଚାର୍ଯ୍ୟ, ନନ୍ଦିତା ନାୟକ, ପ୍ରେୟସୀ ମହାପାତ୍ର, ରଞ୍ଜନା ଘୋଷ, ଶୁଭ୍ରାଂଶୁ ପଣ୍ଡା, ଜୀବନଜ୍ୟୋତି ସ୍ବାଇଁ ପ୍ରମୁଖ କବିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।






