ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ୮୯ତମ ଉତ୍କଳ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଜାତିକୁ ସମ୍ମାନ ଦେବା ସହ ଓଡ଼ିଆ ହେବା ନେଇ ଗର୍ବ ଅନୁଭବ କରିବା ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଅଛି। ୮୯ ତମ ଉତ୍କଳ ଦିବସ ପାଳନ ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୂଖ୍ଯ ଅତିଥି ଭାବେ ଯୋଗଦେଇ, ଉତ୍କଳ ମାତୃକାର ଜନ୍ମତିଥିକୁ ଆଜୀବନ ପାଳନ କରିବାର ବ୍ରତ ଗ୍ରହଣ କରିବା ନେଇ ସୂଚୀତ କରିଥିଲେ ଓ ଏଥିସହ ଫକୀରମୋହନ ବିଶ୍ବବିଦ୍ୟାଳୟକୁ ନିଜର ମାତୃଭୂମି ଭାବରେ ଆପଣାଇବା ନିମନ୍ତେ ଉଲ୍ଲେଖ କରିଥିଲେ।
ମୁଖ୍ଯବକ୍ତା ଭାବେ ଡ଼କ୍ଟର ବ୍ରଜମୋହନ ମିଶ୍ର ଯୋଗଦେଇ, ଉତ୍କଳ ମାତୃକାର ମୋହରେ ଯାନ୍ତ୍ରିକ ଓ ଆକସ୍ମିକ ଭାବରେ ଅଂଶଗ୍ରହଣ ନକରି ଆତ୍ମିକ ଭାବର ପ୍ରଦର୍ଶନ ଦେବା ଆବଶ୍ୟକ ହୁଏ ବୋଲି ଅଭିବ୍ୟକ୍ତ କରିଥିଲେ। ଓଡ଼ିଆ ହେବା ସହ ନିଜ ହୃଦୟରେ ଓଡ଼ିଶାର ଅସ୍ମିତାକୁ ନେଇ ପରିଚିତ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ଇତିହାସ ବର୍ଣ୍ଣନା କରି ଓଡି଼ଆ ଭାଷା ସାହିତ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ଓ ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସବ୍ୟସାଚୀ ପଟ୍ଟନାୟକ ଉପସ୍ଥିତ ହୋଇ ଉତ୍କଳ ଦିବସ ପାଳନର ମୂଖ୍ଯ ଉଦ୍ଦେଶ୍ଯ ସଂପର୍କରେ ଦୃଷ୍ଟିପାତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ଓ ଡ଼କ୍ଟର ବ୍ରଜମୋହନ ମିଶ୍ରଙ୍କୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମ୍ମାନିତ କରିଥିଲେ। ଏଥିସହ ଚିତ୍ରାଙ୍କନ, ବକ୍ତୃତା, ରଙ୍ଗ-ମୁରୁଜ ଝୋଟି ଆଦି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଚାଳନ ପ୍ରଫେସର ଡ଼କ୍ଟର ଦେବାଶିଷ ପାତ୍ର କରିଥିଲେ ଓ ଡ଼କ୍ଟର ଶିଖାଶ୍ରୀ ରାୟ କାର୍ଯ୍ୟକ୍ରମଟିକୁ ସଂପାଦନା କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ବିଭାଗ ମୁଖ୍ଯ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.