ଚେତନା ଅନୁଷ୍ଠାନରେ ଦିବଂଗତ ଅଧ୍ୟାପକଙ୍କ ଶୋକସଭା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୁଏଲସ୍ ଇଣ୍ଟରନ୍ୟାସନାଲ ଚେତନା ଅନୁଷ୍ଠାନରେ ଦିବଂଗତ ଅଧ୍ୟାପକ ତଥା ଚେତନାର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ପ୍ରଭାସ କୁମାର ମିଶ୍ରଙ୍କର ପରଲୋକ ପ୍ରାପ୍ତିରେ ଶ୍ରଦ୍ଧାଞ୍ଜଳି ଏବଂ ଶୋକସଭା ଅନୁଷ୍ଠିତ ହୋଇଛି। ଉକ୍ତ ସଭାରେ ଅନୁଷ୍ଠାନର ପରିଚାଳନା କମିଟିର ସଦସ୍ୟ ତଥା ପ୍ରଫେସର ମିଶ୍ରଙ୍କର ବନ୍ଧୁ ପ୍ରଫେସର ଗୋପାଳ କୃଷ୍ଣ ନନ୍ଦ ଯୋଗ ଦେଇ ଦିବଂଗତ ମିଶ୍ରଙ୍କ ଜୀବନୀ ବିଷୟରେ ଚ଼େତନାର କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀ ମାନଙ୍କୁ କୋହଭରା କଣ୍ଠରେ ବ୍ୟାଖ୍ୟା କରିଥିଲେ। ଏହାପରେ ସଭାରେ ଆମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ପରିଶେଷରେ ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ଏବଂ ଦିବଂଗତ ମିଶ୍ରଙ୍କ ଛାତ୍ରୀ ତଥା ଚେତନା ଅନୁଷ୍ଠାନର କାଉନସିଲର ସ୍ମୃତିରେଖା ମିଶ୍ର ଦିବଂଗତ ଆତ୍ମାର ଶ୍ରଦ୍ଧାଞ୍ଜଳିରେ ନିଜର ଅଭିଭାଷଣ ରଖି ସଭା ସାଙ୍ଗ କରିଥିଲେ। ଚେତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ଼ଃ ନାରାୟଣ ଚନ୍ଦ୍ର ପତି ଏବଂ ପରାମର୍ଶଦାତା ଡ଼ଃ ବିଜୟା ପତି ବିଦେଶ ଜର୍ମାନୀରେ ଥାଇ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଦିବଂଗତ ମିଶ୍ରଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.