ନିଖିଳ ଉତ୍କଳ କୁଲି ମେହେର ସମାଜ ମହାସଭା

କୁଲି ମେହେରଙ୍କୁ ଆଦିବାସୀ ମାନ୍ୟତା ଦାବି

Omkar Vasthu
Omkar Vasthu

ସୋନପୁର,୨୪/୬ : ସୁବର୍ଣ୍ଣପୁର ଯାତ୍ରୀ ନିବାସରେ ନିଖିଳ ଉତ୍କଳ କୁଲି ମେହେର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଧନସିଂ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହାସଭା ଆରମ୍ଭରେ ସୁବର୍ଣ୍ଣପୁର ଜିଲା ସଭାପତି ହେମନ୍ତ ମେହେର ସ୍ୱାଗତ ଭାଷଣ ପ୍ରଦାନ କରି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ସମ୍ବଲପୁର ଜିଲା ସଭାପତି ଅର୍ଜୁନ ମେହେର, ବଲାଙ୍ଗିର ଜିଲା ସଭାପତି ପଞ୍ଚାନନ ମେହେର, ବରଗଡ ଜିଲା ସଭାପତି ସାରଥି ମେହେର, ବୌଦ୍ଧ ଜିଲା ସଭାପତି ଗୋବର୍ଦ୍ଧନ ମେହେର, ଅନୁଗୁଳ ଜିଲା ସଭାପତି ରବି ମେହେର ପ୍ରମୁଖଙ୍କ ସହ ସମାଜର ଉପଦେଷ୍ଟା ଡୋଳାମଣୀ ମେହେର, ରଘୁନାଥ ମେହେର, ବିଦେଶୀ ମେହେର, ଦିନବନ୍ଧୁ ମେହେର, ଚିତ୍ତରଞ୍ଜନ ମେହେର, ଯୁଧିଷ୍ଠିର ମେହେର, ଶ୍ୟାମସୁନ୍ଦର ମେହେର, ମନୋରଞ୍ଜନ ମେହେର, ଶଙ୍କର ମେହେର, ବିରଞ୍ôଚ ନାରାୟଣ ମେହେର, ସହଦେବ ମେହେର ପ୍ରମୁଖ ଯୋଗ ଦେଇ କୁଲି ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏପରିକି ଭାରତ ବର୍ଷରେ ୬୪୫ ପ୍ରକାର ଆଦିବାସୀ ଥିବା ବେଳେ ଓଡିଶାରେ ୬୨ ପ୍ରକାର ଆଦିବାସୀ ରହିବା ସହ ୪୨ ନମ୍ବରରେ ଥିବା କୁଲିସ୍ ଜାତି ଏହି କୁଲି ମେହେର ହୋଇଥିବାରୁ ସେମାନଙ୍କୁ ମଧ୍ୟ ଆଦିବାସୀ ମାନ୍ୟତା ଦେବାକୁ ଦାବି କରି ଆଦିବାସୀ ପରିଚୟକୁ ବଜାୟ ରଖିବା ପାଇଁ ଏଭଳି ମହାସଭାର ଆୟୋଜନ କରାଯାଇଥିବା ସେମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏଥିରେ ସୁବର୍ଣ୍ଣୁର ଜିଲା ସମେତ ବଲାଙ୍ଗିର, ବରଗଡ, ସମ୍ବଲପୁର, ବୌଦ୍ଧ, ନୁଆପଡା, କନ୍ଧମାଳ ଆଦି ଜିଲାର ଶତାଧିକ କୁଲି ମେହେର ସମାଜର କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

 

ସୋନପୁର ଜିଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Udyog Nursery
Udyogi Nursery

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.