ମନୋରମା ମହାନ୍ତି ନର୍ଲା ଆସନରେ ବିଜେଡ଼ି ପ୍ରାର୍ଥୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମନୋରମା ମହାନ୍ତିଙ୍କୁ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ଗୁରୁବାର ସନ୍ଧ୍ୟାରେ ବିଜେଡ଼ିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ମନୋରମା। ତାଙ୍କ ବିପକ୍ଷରେ ବିଜେପିର ଅନିରୁଦ୍ଧ ପଧାନ ଓ କଂଗ୍ରେସ ଭକ୍ତ ଚରଣ ଦାସ ଲଢେଇ କରିବେ। ଶ୍ରୀମତୀ ମହାନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ଲଗାତାର ଦୁଇ ଥର ନିର୍ବାଚିତ ହୋଇଛନ୍ତି। ଏଥର ସ୍ଥାନୀୟ ପ୍ରାର୍ଥୀତ୍ଵ ପ୍ରସଙ୍ଗ ଉଠି ଆସୁଥିବା ବେଳେ ମନୋରମାଙ୍କୁ ବିଜେଡ଼ି ଟିକେଟ ଦେଇଥିବାରୁ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମହାନ୍ତି ‘ଓଡ଼ିଆ ବାର୍ତ୍ତା’କୁ ପ୍ରଥମ ପ୍ରତିକ୍ରିୟା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏହାସହ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମତୀ ମହାନ୍ତି। ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ ନର୍ଲା ୧୯୬୮ରେ ସ୍ଥାପିତ ହୋଇଥିଲା। ଏଥିରେ ସ୍ବତନ୍ତ୍ର ପାର୍ଟି ୩ ଥର, କଂଗ୍ରେସ ୪ ଥର, ଜନତା ଦଳ ୨ ଥର ଓ ବିଜେଡ଼ି ୪ଥର ବିଜୟୀ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ପୂର୍ବରୁ ବିଜେପି ଓ କଂଗ୍ରେସ ନର୍ଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲେ। ବିଜେଡ଼ି କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଘୋଷଣା ପର୍ଯ୍ୟନ୍ତ ଏହି ଆସନକୁ ଝୁଲାଇ ରଖିଥିଲା। ଏକ ଦଶନ୍ଧି ଧରି ନର୍ଲାରେ ସ୍ଥାନୀୟ ପ୍ରାର୍ଥୀତ୍ବ ପ୍ରସଙ୍ଗ ଜୋର୍ ଧରିଥିଲା। ଜନସାଧାରଣ ଏଥର ଲୋକାଲ କେଣ୍ଡିଡେଟ ଦିଆଯାଉ ବୋଲି ଦାବି କରିଥିଲେ। ତେବେ ସ୍ଥାନୀୟ ପ୍ରାର୍ଥୀ ମନୋରମା ଏହି ଆସନରୁ ଲଢିବା ନେଇ ସ୍ପଷ୍ଟ ହେବା ପରେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟିଛି। ଆଗକୁ ତିନି ପ୍ରମୁଖ ଦଳର ରଣନୀତି କିପରି ରହିବ ତାହାକୁ ନେଇ ସାରା ରାଜ୍ୟର ନଜର ରହିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.