ନୂଆପଡାରେ ବିଜେପିର ଶକ୍ତି ପ୍ରଦର୍ଶନ ଓ ନିର୍ବାଚନୀ ପ୍ରଚାର

ଶୋଭାଯାତ୍ରାରେ ବାହାରିଲେ ନୂଆପଡା ବିଧାୟକ ପ୍ରାର୍ଥୀ ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ନିର୍ବାଚନ ମଣ୍ଡଳୀରେ ବିଜେପି ଗୁରୁବାର ପୁଣି ଥରେ ତା’ର ଶକ୍ତି ପ୍ରଦର୍ଶନ କରି ନିର୍ବାଚନୀ ପ୍ରଚାର କରିଛି। ଏ ନେଇ ଏକ ବିଶାଳ ଶୋଭାଯାତ୍ରା ନୂଆପଡା ବିଜେପି କାର୍ଯ୍ୟାଳୟରୁ ବାହାରି ପ୍ରଥମେ ପତୋରା ଯୋଗେଶ୍ୱର ମନ୍ଦିର ଓ ପରେ ଖରିଆରର ରୋଡର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ପରକୋଡ଼ ପର୍ଯ୍ୟନ୍ତ ଯାଇଥିଲେ। ନୂଆପଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଓ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ମାଳବିକା କେଶରୀ ଦେଓ ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ଏହି ଶୋଭାଯାତ୍ରାରେ ବାହାରିଥିବା ବେଳେ ପୂର୍ବତନ କଳାହାଣ୍ଡି ଲୋକସଭା ସାଂସଦ ଅର୍କ କେଶରୀ ଦେଓ, ନୂଆପଡା ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଖରିଆର ରୋଡ ନଗର ଅଧ୍ୟକ୍ଷା ସୋନିଆ ଅଗ୍ରୱାଲ, ବିଜେପି ଯୁବ ନେତା ସଦାନନ୍ଦ ଯୋଶୀ, କମଲେଶ ଦୀକ୍ଷିତ, ତୁଳସ ପଟେଲ, ଗୋଲଡି ଅଗ୍ରୱାଲ, ଭାଲେଶ୍ୱର ସରପଞ୍ଚ ପ୍ରତିନିଧି ପ୍ରେମ ଅଗ୍ରୱାଲ, ମହିଳା ନେତ୍ରୀ ସରିତା ସିଂ, ରାଜେଶ୍ୱରୀ ଠାକୁର, ରାଜେଶ୍ୱରୀ ସାହୁ, ସାବିତ୍ରୀ ସାହୁ, ମନୋଜ ସାହୁ ତଥା ଶତାଧିକ କର୍ମୀ ଉପସ୍ଥିତ ଥିଲେ। ତେବେ ପତୋରା ଯୋଗେଶ୍ୱର ମନ୍ଦିରରେ ଆଶୀର୍ବାଦ ଲାଭ କରି ଦୁଇ ବିଜେପି ପ୍ରାର୍ଥୀ ଓ ପ୍ରାର୍ଥୀନୀ ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପିର ବିଭିନ୍ନ ସଭା ଓ ସମ୍ମିଳନୀରେ ଯୋଗଦେଇଥିଲେ। ବିଜେପି ପ୍ରାର୍ଥୀ ଓ ପ୍ରାର୍ଥୀନୀ ଆଜି ନୂଆପଡା ଓ କୋମନା ବ୍ଲକର ବିଭିନ୍ନ ବୁଥ ଓ ମଣ୍ଡଳ ସ୍ତରୀୟ ସ୍ତରୀୟ କର୍ମୀଙ୍କୁ ନେଇ ଜନସାଧାରଣଙ୍କ ନିକଟରେ ବିଜେପି ସରକାରର ବିଭିନ୍ନ ଲୋକାଭିମୁଖୀ ଯୋଜନା ସାହାଯ୍ୟରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଭିକ୍ଷା କରୁଛି। ନୁଆଁ ଓ ଯୁବ ଚେହେରା ନୂଆପଡା ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଏବଂ କଳାହାଣ୍ଡି ଲୋକସଭା ପ୍ରାର୍ଥୀନୀ ମାଳବିକା ସିଂ ଦେଓଙ୍କୁ ଟିକେଟ ଦେଇ ବିଜେପି ଏଥର ୨୦୨୪ ସାଧାରଣ ନିର୍ବାଚନୀ ବୈତରଣୀ ପାର କରିବ ବୋଲି ଆଶା ବାନ୍ଧିଛି। ତେବେ ଏମାନେ ବିପକ୍ଷ ପ୍ରାର୍ଥୀମାନଙ୍କ ସହ କିପରି ମୁକାବିଲା କରି ପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.