ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତର କଲାରପଦର ଫେକାରଘାଟି ମାଁ ତାରିଣୀ ପୀଠରେ ପଣା ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଉଛି। ଶୁକ୍ରବାର ଅଧିବାସ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ଶନିବାର ମାଁ ତାରିଣୀଙ୍କ ପୂଜା ଆରମ୍ଭ ସହ ପୁରାଣପାଠ ହୋଇ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ମିକ୍ସର ରାମଲୀଳା ପରିବେଷିତ ହୋଇଛି। ରବିବାର ହୋମ ଯଜ୍ଞ, ପଣା ସଂକ୍ରାନ୍ତି, ପଣା ଭୋଗ ଓ ବଣ୍ଟନ ସହ ରାତିରେ ମହିଳା ଦଣ୍ଡ ନୃତ୍ୟ ଆୟୋଜିତ ହେବ। ସୋମବାର ପୂର୍ଣ୍ଣାହୁତି ସହ କାର୍ଯ୍ୟକ୍ରମ ସମାପନ ହେବବୋଲି ଆୟୋଜକ ତାରିଣୀ ପୀଠ ପରିଚାଳନା କମିଟି ପକ୍ଷରୁ ସୂଚନା ରହିଛି। ଏଥିରେ ପୂଜକ ଭାବେ କ୍ଷମାନିଧି ମାଝୀ କାର୍ଯ୍ୟ ସଂପାଦନ କରୁଥିବାବେଳେ ତାରିଣୀ ପୀଠ ପରିଚାଳନା କମିଟିର ଭକ୍ତବନ୍ଧୁ ମାଝୀ, ଶଙ୍କର ପାତ୍ର, ଲଲିତ ମୋହନ ଜାଲ, ଯୋଗିନ୍ଦ୍ର ମାଝୀ, ସନ୍ତୋଷ କୁମାର ଜାଲ, ଲକ୍ଷ୍ମଣ ହେର୍ଣ୍ଣା, ମଧୁସୂଦନ ମାଝୀ, ବିଶ୍ଵାମିତ୍ର ପାତ୍ର, ହର ପାତ୍ରଙ୍କ ସମେତ କମିଟିର ସମସ୍ତ ସଦସ୍ୟ/ସଦସ୍ୟା ବୃନ୍ଦ ସହଯୋଗ କରୁଛନ୍ତି।