ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ମହାବିଷୁବ ସଂକ୍ରାନ୍ତି, ଯାହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି। ଚଳିତ ଥର ପଣା ସଂକ୍ରାନ୍ତି ୧୪ ଅପ୍ରେଲରେ ପାଳିତ ହେଉଛି। ଏହି ଦିନରେ ଓଡ଼ିଆ ନବବର୍ଷ ମଧ୍ୟ ପାଳିତ ହୋଇଥାଏ। ତେବେ ପରମ୍ପରା ଅନୁସାରେ ଏହିଦିନ ପାଚିଲା ବେଲ ତଥା ବିଭିନ୍ନ ପ୍ରକାରର ଫଳରେ ପଣା ପ୍ରସ୍ତୁତ ହୋଇ ତୁଳସୀ ଚଉରା ତଥା ହନୁମାନ ମନ୍ଦିର ମାନଙ୍କରେ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ ଏବଂ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଏହିଦିନ ତୁଳସୀ ଚଉରା ଉପରେ ଠେକି ବସା ଯାଇଥାଏ। ମାନ୍ୟତା ଅନୁଯାୟୀ ଏହିଦିନ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ମଧ୍ୟ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଥିବାବେଳେ ଆଜି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ହୀରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକା ଠାରେ ଅଞ୍ଚଳବାସୀ ତଥା ଶତାଧିକ ପଥଚାରି ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ପୋଖରୀବନ୍ଧ ଷ୍ଟୋନ କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଖରୀବନ୍ଧ ସରପଞ୍ଚ ସସ୍ମିତା ମାଝୀ, ହନୁମାନ ବାଟିକାର ଉପଦେଷ୍ଟା ମଣ୍ଡଳିର ବିକ୍ରମାଦିତ୍ୟ ବାରିକ, ଭବାନୀ ବାଣୁଆଁ,ସନାତନ ବିଶି, ପବିତ୍ର ବିଭାର, ଜୟମନୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଶଙ୍କର ପ୍ରଧାନୀ,ପ୍ରକାଶ ଛିଣ୍ଡା, ତିରୁପତି ନାଏକ, ମଳୟ ବାରିକ, ଶଙ୍କର ପ୍ରଧାନୀ, କର୍ଣ୍ଣ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ତେବେ ସେହିପରି ଲାଞ୍ଜିଗଡରୋଡ଼, ଲାଞ୍ଜିଗଡ, ବେନଗାଁ, ମୂଷାନାଳରେ ମଧ୍ୟ ହନୁମାନ ଜୟନ୍ତୀ ସହିତ ପଣା ସଂକ୍ରାନ୍ତି ପାଳିତ ହୋଇଛି।