ବିଧାନସଭାର ଷୋଡଶ ଅଧିବେଶନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀ 

ଭୁବନେଶ୍ବର,୨୫/୬ : ଓଡିଶା ବିଧାନସଭାର ଷୋଡଶ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି । ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ।

Omkar Vasthu
Omkar Vasthu

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଲେ – ସରକାର ଗଠନର ପ୍ରଥମ ଦିନରୁ କାର୍ଯ୍ୟ ଆରମ୍ଭ ହୋଇ ଗଲାଣି । କାଳିଆ ଯୋଜନାରେ ଭୂମିହୀନ, ଭଗଚାଷୀଙ୍କୁ ସାମିଲ କରାଯାଇଛି । କୃଷି ବିକାଶ ଓ କୃଷି ସଶକ୍ତିକରଣ ହେଉଛି ମୂଳ ଲକ୍ଷ୍ୟ । ମେକ୍ ଇନ ଇଣ୍ଡିଆରେ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସବୁ ସ୍ଥାନରେ ଆହାର କେନ୍ଦ୍ର ଆରମ୍ଭ କରିବା ସହ ରାତ୍ରୀରେ କିଭଳି ଭାବରେ ଖାଦ୍ୟ ଯୋଗାଇ ଦିଆଯାଇ ପାରିବ ସେ ନେଇ ଚେଷ୍ଟା କରାଯାଉଛି । ଏହା ସହ ମିଶନ ଶକ୍ତି ମହିଳା ଗୋଷ୍ଠିଙ୍କୁ ୫ହଜାର କୋଟିର କାମ ମିଳିବ । ପ୍ରତି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ମିଳୁଛି । ହାଇସ୍କୁଲ ଗୁଡିକରେ ଆଇଟି ଲ୍ୟାବ୍ ହେବ । ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ୱାଇଫାଇ ଜୋନ ହେବ । କଟକକୁ ଏକ ଐତିହ ସହର କରିବା ପାଇଁ ଯୋଜନା କରାଯାଉଛି । ଭୁବନେଶ୍ୱରରେ ବିଶ୍ୱସ୍ତରୀୟ କ୍ରୀଡା ଭିତିଭୂମି ବିକଶିତ ହୋଇଛି । ସେହି ଭଳି ଶିଳ୍ପ କ୍ଷେତ୍ରରେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ପାଇଁ ସରକ୍ଷଣ  ବ୍ୟବସ୍ଥା କରାଯାଉଛି । ରାଜ୍ୟର ସମସ୍ତ କଚା ଘରକୁ ପକ୍କା ଘର କରିବା ପାଇଁ ଉଦ୍ୟମ କରାଯାଉଛି । ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କ ଭତାରାଶି ବୃଦ୍ଧି କରାଯାଇଛି । ଏମଏସଏମଇର ବିକାଶ ପାଇଁ ସ୍ୱତନ୍ତ୍ର କରିଡର ସ୍ଥାପନ କରାଯାଇଛି । ୫ଟି ମ୍ୟୁନିସପାଲ କର୍ପୋରେସନକୁ ସ୍ମାର୍ଟ ସିଟି କରିବାକୁ ଉଦ୍ୟମ ଚାଲିଛି । ଭୁବନେଶ୍ୱର କଟକକୁ ମେଟ୍ରୋ ଜୋନ କରିବା ପାଇଁ ଉଦ୍ୟମ ରହିଛି । ସୁନ୍ଦରଗଡରେ ବିଶ୍ୱସ୍ତରୀୟ ହକି ଖେଳାଳୀଙ୍କ ପାଇଁ ଅଷ୍ଟ୍ରୋଟର୍ପ ହୋଇଛି । ୩ଟିକୁ ଏବେ ୫ଟିକୁ ସଂପ୍ରସାରଣ କରାଯାଇଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣରେ ରଖିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ପ୍ରଥମ ଅଧିବେଶନରେ ନିଜ ଅଭିଭାଷଣ ରଖି ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଏହାସହ ସହିଦ ହୋଇଥିବା ଯବାନଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କରିଥିଲେ ମୂଖ୍ୟମନ୍ତ୍ରୀ । 

Udyog Nursery
Udyogi Nursery
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.