ନୂଆପଡା,୨୫/୬ : ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ ସଦର ନେସନାଲ କଲେଜ ଛାତ୍ରୀ ଛାତ୍ର କୃତିତ୍ୱ ଅର୍ଜନ କରୁଛନ୍ତି । ଏହି ମହାବିଦ୍ୟାଳୟର ଛାତ୍ରୀ ଆଞ୍ଚଲ ଅଗ୍ରୱାଲ ସର୍ବୋଚ୍ଚ ୮୯.୩୩%, ରକ୍ଷ୍ୟା ଶର୍ମା ୮୯.୧୭% ଏବଂ ରାଜକୁମାର ସୋନୀ ୮୫.୮୩% ରଖି କଲେଜ ର ଗୌରବ ବଢ଼ାଇଛନ୍ତି । ଚଳିତ ବର୍ଷ ବାଣିଜ୍ୟ ବିଭାଗରେ ମୋଟ ୪୩ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇ ଥିବା ବେଳେ ୯ ଜଣ ପ୍ରଥମ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ରେ ୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ଅବସରରେ ନେସନାଲ କଲେଜ ଅଧକ୍ଷ୍ୟ ଡ. ଅଶୋକ କୁମାର ପଟ୍ଟନାୟକ ଓ ବରିଷ୍ଠ ଖେଳ ଅଧ୍ୟାପକ ଶ୍ରୀ ପ୍ରକାଶ ସାହୁ ତଥା ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ କୃତି ଛାତ୍ରୀ ଛାତ୍ର ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in