ବିଶିଷ୍ଟ ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂଦେଓଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଦନପୁର ରାମପୁର ରାଜା ପରିବାରର ସଦସ୍ୟ ତଥା ବିଶିଷ୍ଟ ଐତିହାସିକ ମିହିରେନ୍ଦ୍ର ପ୍ରତାପ ସିଂଦେଓଙ୍କ ପରଲୋକ ହୋଇଯାଇଛି। ସ୍ବର୍ଗତ ସିଂଦେଓଙ୍କ ଜନ୍ମ ୨୦ ଅପ୍ରେଲ ୧୯୫୬ ମସିହାରେ ହୋଇଥିଲା। ରାଜା ଗୌରଚନ୍ଦ୍ର ସିଂହ ଦେଓଙ୍କ ଚାରି ପୁତ୍ର ମଧ୍ୟରୁ ମିହିରେନ୍ଦ୍ର ପ୍ରତାପ ସିଂଦେଓ ତୃତୀୟ ପୁତ୍ର ରୂପେ ଜନ୍ମ ଗ୍ରହଣ କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍.ଏ. ଏବଂ ଏଲ୍.ଏଲ୍.ବି ସାରି ମଦନପୁର ରାମପୁର ଜୁଡ଼ିସିଆଲ କୋର୍ଟରେ ଓକିଲାତି କରୁଥିଲେ। ଓକିଲାତି କରୁଥିବା ସମୟରେ ସେ କଳାହାଣ୍ଡିର ଇତିହାସକୁ ନେଇ ଗବେଷଣା କରି ଚାଲିଥିଲେ। ତାଙ୍କର ଗବେଷଣାରୁ ଲିଖିତ ଦୁଇ ଖଣ୍ଡ ପୁସ୍ତକ ପ୍ରକାଶ ହୋଇ ଯାଇଛି ଯଥା; ‘କାରୁଣ୍ଡ -ଦ ଭାଣିଷଡ଼ ଏ ଅମ୍ପେୟାର’ ଓ ‘ଦ ଅନ୍ ନୋନ ଇକୋନୋଗ୍ରଫି ଅଫ ଇଣ୍ଡିଆ’ ପ୍ରକାଶିତ ହୋଇ ଥିବା ବେଳେ ଆଉ ଏକ ଲିଖିତ ଗବେଷଣା ‘ହିଷ୍ଟୋରି ଅଫ ଦ ନାଗ ଡ୍ୟାନେଷ୍ଟି’ ମୁଦ୍ରିତ ହୋଇ ପାରିନାହିଁ। ତିନି ବର୍ଷ ତଳେ ତାଙ୍କ ମସ୍ତକରେ ଏକ ଟିଉମର ଥିବା ଜଣାପଡ଼ିବା ପରେ ବାଙ୍ଗାଲୋରର ମଣିପାଳ ହସ୍ପିଟାଲରେ ଅସ୍ତ୍ରପ୍ରୋଚାର ହୋଇ ଥିଲା କିନ୍ତୁ ପୁଣି ଥରେ ତାହା ଦେଖା ଯାଇଥିଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତ୍ର ୯.୧୫ ମିନିଟ ସମୟରେ ହୃଦଘାତ ଯୋଗୁଁ ବାଙ୍ଗାଲୋର  ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ସମୟରେ ତାଙ୍କ ସୁପୁତ୍ର କୁମାର ନୀଖିଳେନ୍ଦ୍ର ପ୍ରତାପ ସିଂଦେଓ ଏବଂ ପୁତ୍ରବଧୂ ଶ୍ଵେତା ଦେବୀ ସାଙ୍ଗରେ ଥିଲେ। ମ.ରାମପୁର ପରିବାର ବର୍ଗ ପହଁଚିବା ଆରମ୍ଭ କଲେଣି। ନୀଖିଳେନ୍ଦ୍ରଙ୍କ ବଡବାପା ବୁଧେନ୍ଦ୍ର ପ୍ରତାପ ସିଂଦେଓ ବେଙ୍ଗଲୋର ପହଞ୍ଚି ଆସନ୍ତା କାଲି ବେଙ୍ଗଲୋରରେ ହିଁ ଦାହ କାର୍ଯ୍ୟ ସମ୍ପନ୍ନ କରିବାକୁ ନିଷ୍ପତି ନେଇଛନ୍ତି। ମିହୀରେନ୍ଦ୍ରଙ୍କ ପରଲୋକ ଖବର ପ୍ରଚାର ହେବା ପରେ ମ.ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.