ନିଆଁ ଆଁରେ ଶହଶହ ହେକ୍ଟର ଜଙ୍ଗଲ: କୁମ୍ଭକର୍ଣ୍ଣ ନିଦରେ ବନ ବିଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ। ନିଆଁର ଆଁରେ ଜଳି ଯାଉଛି ହେକ୍ଟର ହେକ୍ଟର ଜଙ୍ଗଲ ପୋଡ଼ିଜଳି ପାଉଁଶ ହୋଇଯାଇଛି ଲକ୍ଷ ଲକ୍ଷ ମୂଲ୍ୟବାନ ଗଛଲତା। ଏହା ସାଙ୍ଗକୁ ବହୁ ସଂଖ୍ୟାରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡ଼ିଥିବା ବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଛନ୍ତି ବନ ବିଭାଗର ବଡ଼ବଡ଼ିଆ ଅଧିକାରୀ ଓ ବଡ଼ବାବୁ। ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଜଙ୍ଗଲ ହୁତୁହୁହୁ ହୋଇ ଚଳୁଥିବା ବେଳେ ହାତଗଣତି କିଛି କର୍ମଚାରୀଙ୍କୁ ନେଇ ବନବିଭାଗର ତଳତଳିଆ ଓ ଅସ୍ଥାୟୀ କର୍ମଚାରୀ ଲହୁଲୁହାଣ ହେଉଛନ୍ତି। ଏମିତିକି କିଛି ଅସ୍ଥାୟୀ କର୍ମଚାରୀଙ୍କୁ ଚାପଗ୍ରସ୍ଥ କରି ୪୫-୪୬ ଡିଗ୍ରୀ ଖରାରେ କାର୍ଯ୍ୟରେ ନିୟୋଜିତ କରୁଥିବା ବେଳେ ଏହି ସମୟରେ ବଡ଼ବଡ଼ିଆ ବାବୁମାନେ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଜଙ୍ଗଲ ସୁରକ୍ଷାର ଚିନ୍ତା କରୁଛନ୍ତି। ଏହିପରି ଭାବେ ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ଵନାଥପୁର ବନାଞ୍ଚଳ ଅଧୀନରେ ଥିବା ଜଙ୍ଗଲ ମାନଙ୍କରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ନିଆଁ। ତେବେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଙ୍ଗଲରେ ନିଆଁ ଏବେ ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛି। ଗୋଟିଏ ପଟେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ନିଆଁ ଝାସରେ ସ୍ଥାନୀୟ ଅଞ୍ଚଳବାସୀ ହନ୍ତସନ୍ତ ହେଉଥିବା ବେଳେ ବନବିଭାଗ ଚୁପ୍ ବସିଥିବା ଭଳି ମନେ ହେଉଛି। ନିଆଁ ଲିଭାଇବାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଉଛି ବୋଲି ଅଧିକାରୀ ମାନେ କହିବୁଲୁଥିବା ବେଳେ ବାସ୍ତବରେ କିନ୍ତୁ ନିଆଁ ଲିଭାଇବାକୁ ପ୍ରୟାସ କରାଯାଉନଥିବା ଅଭିଯୋଗ ହେଉଛି। ଏପରିକି ଜଙ୍ଗଲ ନିଆଁ ରୋକିବାକୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉନଥିବା ବେଳେ ସେସବୁ ରାଧେ ରାଧେ ତୋର ଅଧେକୁ ମୋର ଅଧେ ହେଉଥିବା ଅଭିଯୋଗ ହେଉଛି। ସୀମିତ ସଂଖ୍ୟକ ଲୋକବଳ ଓ ଲୋକଦେଖାଣିଆ ସଚେତନତା ଯୋଗୁଁ ଜଙ୍ଗଲ ରକ୍ଷା ପାଇବା ତ ଦୂରର କଥା ଓଲଟା ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ଜଙ୍ଗଲ ସମ୍ପଦ ସଂକଟାପନ୍ନ ହୋଇପଡ଼ିଛି। ଏଣୁ ବନବିଭାଗର ଏହି ଦାୟିତ୍ବହୀନ ଅଧିକାରୀ ଓ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାକୁ ପରିବେଶବିତ୍ ମହଲରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.