ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀ ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ଭିକେ ପାଣ୍ଡିଆନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ଫାଇବ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶନିବାର କଳାହାଣ୍ଡି ଲୋକସଭା ନିର୍ବାଚନ କ୍ଷେତ୍ରର ବିଭିନ୍ନ ସ୍ଥାନରେ ମାରାଥନ୍ ପ୍ରଚାର କରିଛନ୍ତି। ଶ୍ରୀ ପାଣ୍ଡିଆନ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋରାଡୋବରା ଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ କଳାହାଣ୍ଡି ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନର୍ଲା ବିଧାନସଭା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି ନିର୍ବାଚନୀ ସଭାରେ ଶ୍ରୀ ପାଣ୍ଡିଆନ ବିକାଶ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ନିର୍ବାଚନ ବେଳେ କେମିତି ବିରୋଧୀଙ୍କ ଭୋଟରଙ୍କ କଥା ମନେପଡେ ବୋଲି ଉଲ୍ଲେଖ କରିଛନ୍ତି ପାଣ୍ଡିଆନ। ସେ କହିଛନ୍ତି – ‘ଆପଣ ଯାହା ମାଗିଥିଲେ ତାହା ମିଳିଛି। ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି। ଶଙ୍ଖର ଚିହ୍ନ ହେଉଛି ବିକାଶ। ଆପଣଙ୍କ ସମସ୍ୟାକୁ ଜଣେ ଲୋକ ଦୂର କରିପାରିବେ। ସିଏ ହେଉଛନ୍ତି ନବୀନ ପଟ୍ଟନାୟକ।’ ଏହାସହ  ଜନତାଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ), ମିସନ ଶକ୍ତି କାର୍ଯ୍ୟକ୍ରମ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଢଯନ୍ତ୍ର କରୁଛନ୍ତି। ଏମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଏହି ଅବସରରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ୩୦ ଜଣ ସରପଞ୍ଚ ଏବଂ ୩୦୦ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଜୋରାଡୋବରା ଠାରେ ଆୟୋଜିତ ବିଜେଡ଼ିର ନିର୍ବାଚନୀ ସଭାରେ ୧୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ଆଜି ଭିକେ ପାଣ୍ଡିଆନ କଳାହାଣ୍ଡି ସାଂସଦୀୟ କ୍ଷେତ୍ରର ନୂଆପଡ଼ା ସଦର, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଗୋତୋମୁଣ୍ଡା, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଦଶପୁର, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ଓ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋରାଡୋବରା ଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେଡ଼ିର ପ୍ରଚାର କରିଛନ୍ତି। ତାଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଉପସ୍ଥିତ ଥିଲେ।  

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.