ନିର୍ବାଚନୀ ଯୁଦ୍ଧ ପରିଚାଳନା ପାଇଁ ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ ନାଏକଙ୍କ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ଓ ନିର୍ଦ୍ଦଳିୟ ୧୨ ପ୍ରାର୍ଥୀ ନିର୍ବାଚନୀ ମୈଦାନରେ ଲଢେଇ ପାଇଁ ପ୍ରସ୍ତୁତ ରହିଥିବା ଏବଂ ମଇ ୧ ରୁ ବିଧିବଦ୍ଧ ଭାବରେ ପ୍ରଚାର କାର୍ଯ୍ୟ ମଧ୍ୟ ଅଧିକାଂଶ ପ୍ରାର୍ଥୀ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ସେହି କ୍ରମରେ ସ୍ୱାଧିନ ପ୍ରାର୍ଥୀ ପ୍ରଦୀପ କୁମାର ନାଏକ ନିଜ ସଂଗଠନର କର୍ମୀ ମାନଙ୍କୁ ନେଇ ତାଙ୍କ ସର୍ଗିଗୁଡା ସ୍ଥିତ ବାସଭବନରେ ପ୍ରଚାର ମୈଦାନରେ ଲଢେଇକୁ ନେଇ ଏକ ବୈଠକର ଆୟୋଜନ କରିଥିଲେ। ଏଥିରେ ରଣନୀତି ପ୍ରସ୍ତୁତ କରିବା ସହ ବିଭିନ୍ନ ବିଭାଗ ପ୍ରଚାର ପ୍ରସାର, ବାହନ ପରିଚାଳନା, ପୋଷ୍ଟର ପାମ୍ପେ୍ଲେଟ ଲଗେଇବା, ରୁଟ ଚାର୍ଟ ପ୍ରସ୍ତୁତି, ଫୋନ ଯୋଗାଯୋଗ ଭଳି ବିଭିନ୍ନ ବିଭାଗ ତିଆରି କରି କର୍ମୀ ମାନଙ୍କୁ ସ୍ୱତନ୍ତ୍ର ଦାଇତ୍ୱ ଅର୍ପଣ କରିବା ସହିତ ମଇ ୧ ବୁଧବାର ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ତାଙ୍କ ନିର୍ବାଚନ ପରିଚାଳନା ପ୍ରସ୍ରୁତି ବୈଠକରେ ନର୍ଲା ବ୍ଲକ ଅଞ୍ଚଳର ଶାନ୍ତପୁର, ଧାରପୁର, ଘଣ୍ଟମାଳ, ସର୍ଗିଗୁଡା, ବାଗପୁର, ତୁଳାପଡା, ଭାନପୁର, ରାକ୍ସୀ, ଗିଗିନା, ଗାଡେବନ୍ଧ, ଘୋଡାବନ୍ଧ, ବାଲସିଙ୍ଗା, ତେର୍ଲୋ, ସେରଗଡ ପ୍ରଭୃତି ଅଞ୍ଚଳର ୩୦୦ ରୁ ଉର୍ଦ୍ଧ୍ୱ କର୍ମୀ ଆସି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ନୂତନ ରଣ ନିତୀକୁ ନେଇ କର୍ମୀମାନଙ୍କ ଠାରୁ ମତାମତ ନିଆ ଯାଇଥିଲା। ସେମାନଙ୍କ ମଧ୍ୟରେ ଅରୁଣ ପଧାନ, ଅନାଦୀ ପଧାନ, ଭବାନୀଶଙ୍କର ବାଗ, ସମୀର ନାଏକ, ସଞ୍ଜୟ ନାଏକ, ପ୍ରଫୁଲ୍ଲ ନାଗ, ତ୍ରୀଲୋଚନ ନାଏକ, ଠାକୁର ବେହେରା, ନିହାର ନାଏକ, ବିଜୟ ନାଏକ, ପିତାମ୍ବର ସାହୁ, ବିଜୟ ରଣା, ରାମପ୍ରସାଦ ସାହୁ, ପପୁ ନାଏକ, ରୋମାଞ୍ଚଳ ସେଠୀ, ମର୍ଦ୍ଦରାଜ ଗଡତିଆ, ଧନେଶ୍ୱର ମାହାର, ପୂର୍ଣ୍ଣଚନ୍ଦ୍ର କୁମାର, ଡିଙ୍ଗର କୁମାର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ଦୂତ ସା, ଯୁଗଲ କିଶୋର ପଧାନ, ପ୍ରଶାନ୍ତ ପଧାନ, ଜତୀନ୍ଦ୍ର ପଧାନ, ମୋହନ ସାହୁ, ସଭାକର ପଧାନ, ଗଣେଶ ତାଣ୍ଡି, ଲିଙ୍ଗରାଜ ସୁନା, କୁମୁଦ ମାଝୀ, ସୁରେଶ ମାଝୀ, ପ୍ରମୋଦ ମାଝୀ, ଗୌର ବେହେରା, ସୁଦାମ ଜାଲ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ନିର୍ବାଚନ ରଣନିତୀକୁ ଯୋରଦାର କରିବା ପାଇଁ ସଭାରେ କର୍ମୀମାନେ ଶପଥ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅନାଦୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.