ଅନ୍ତର୍ଜାତୀୟ ମଡେଲ ହର୍ଷିତା ଓ ଉତ୍ପଳାଙ୍କୁ ‘ମୋର୍ ସୋନପୁର’ ପକ୍ଷରୁ ସମ୍ବର୍ଦ୍ଧନା 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନେପାଳର ରାଜଧାନୀ କାଠମାଣ୍ଡୁଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ପାରଦର୍ଶିତା ଦେଖାଇଥିବା ଦୁଇ ଭଉଣୀ ହର୍ଷିତା ଓ ଉତ୍ପଳା ସୁବର୍ଣ୍ଣପୁରର ସୁନାମ ବଢାଇ ଥିବାରୁ ‘ମୋର୍ ସୋନପୁର’ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ହୋଟେଲ୍ ବ୍ଲୁ ଫ୍ଲେମ୍‌ରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରି ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ଅତିଥି ଭାବେ ଡିଆଇପିଆର୍‌ଓ ଅଶ୍ୱିନୀ ଭୋଇ, ବିଏସ୍‌କେୱାଇ ଜିଲ୍ଲା ସଂଯୋଜିକା ପ୍ରଜ୍ଞା ପରିମିତା ଦାଶ, ଫିଲ୍ମ ଅଭିନେତା ଜିତ୍‌, ସେଣ୍ଟ ଆନିସ୍ ସ୍କୁଲ୍‌ର ପ୍ରିନ୍ସିପାଲ୍ ଜିନ୍ ଜୋସେଫ୍‌, ଭାଇସ୍ ପ୍ରିନ୍ସିପାଲ୍ ସିଷ୍ଟର୍ ମୋଲି ଏବଂ ସଂସ୍କୃତି ଗବେଷକ ଚୌଧୁରୀ ବିଭାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଟ୍ରଫି ଜିଣି ଉଭୟ ଭଉଣୀ କେବଳ ଯେ ସୁବର୍ଣ୍ଣପୁର ନୁହେଁ ରାଜ୍ୟ ଓ ଦେଶର ମାନ ବଢାଇଛନ୍ତି ବୋଲି ଅତିଥିଗଣ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ‘ମୋର୍ ସୋନପୁର’ ଅନୁଷ୍ଠାନର ସଂଯୋଜକ ମନୋଜ ବାରିକ ସଂଯୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବେଣୁଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ସମ୍ବର୍ଦ୍ଧନା ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା ହର୍ଷିତା ଏବଂ ଉତ୍ପଳାଙ୍କ ରେମ୍ପ ୱାକ୍। ସମ୍ବଲପୁରୀ ମ୍ୟୁଜିକ୍‌ର ତାଳେ ତାଳେ ଉଭୟ ଭଉଣୀ ସୁନ୍ଦର ଭାବ ଭଙ୍ଗୀରେ ଫ୍ୟାସନ୍ ଏବଂ ମଡେଲିଂର ଯାଦୁ ଦେଖାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.