ପତିଙ୍କ ପାଇଁ ଭୋଟ୍ ଭିକ୍ଷା

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ମଇ ୧୩ରେ ହେବ କଳାହାଣ୍ଡି ସାଂସଦୀୟ କ୍ଷେତ୍ରର ସାଧାରଣ ନିର୍ବାଚନ। ସାତଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଜନତା ନିଜ ନିଜ ପସନ୍ଦର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ବର୍ତ୍ତମାନ ବିଜେପିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେଓ, ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, କଂଗ୍ରେସର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀଙ୍କ ସହ ଅନ୍ୟାନ୍ୟ ଦଳୀୟ ଓ ସ୍ବାଧିନ ପ୍ରାର୍ଥୀ ନିଜ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି। ନୂଆପଡ଼ା, ଖଡ଼ିଆଳ, ଧର୍ମଗଡ଼, ଜୁନାଗଡ଼, ଭବାନୀପାଟଣା, ଲାଞ୍ଜିଗଡ଼ ଓ ନର୍ଲାକୁ ନେଇ ଗଠିତ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଏକ ବୃହତ କ୍ଷେତ୍ର। ଏସବୁ ସ୍ଥାନର ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି। ଏହାରି ଭିତରେ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନାପାଲି ବ୍ଲକର ବିଭିନ୍ନ ଗ୍ରାମରେ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ଧର୍ମପତ୍ନୀ ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ସେ ସିନାପାଲି ବ୍ଲକର ସାରଦାପୁର, ଘଣ୍ଟିଗୁଡା ଆଦି ଗ୍ରାମ ମାନଙ୍କରେ ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଯୋଡ଼ି ଶଙ୍ଖ ଚିହ୍ନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ସେ ଜନତାଙ୍କୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.