ବାଲିଗୁଡାରେ ୫ ଏବଂ ଜି.ଉଦୟଗିରି ପାଇଁ ୯ ଜଣଙ୍କ ବିଧାୟକ ପ୍ରାର୍ଥୀପତ୍ର କାଏମ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନାମାଙ୍କନ ପତ୍ର ଦାଖଲ କରିବା ସମୟ ଶେଷ ହୋଇ ଯାଞ୍ଚ ପକ୍ରିୟା କାର୍ଯ୍ୟ ମଧ୍ୟ ଶେଷ ହୋଇ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ ରହିଥିବା ବିଷୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଶେଷ ଦିନ ସୁଦ୍ଧା ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ପାଇଁ ୫ ଜଣ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜି.ଉଦୟଗିରି ପାଇଁ ୯ ଜଣ ବିଧାୟକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥି ମଧ୍ୟରୁ ବାଲିଗୁଡ଼ା ବିଧାନସଭା ପ୍ରାର୍ଥୀ ଭାବରେ ବିଜେଡି ପକ୍ଷରୁ ଚକ୍ରମଣୀ କହଁର, କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ କଳ୍ପନା କହଁର ହୋଇଥିବା ବେଳେ ନ୍ୟାସନାଲ ଅପନୀ ପାର୍ଟି ତରଫରୁ ପ୍ରାର୍ଥୀ ଜୟସିଂ ମଲିକ ଏବଂ ମାନସ ଲୋକ ଶକ୍ତି ଦଳ ତରଫରୁ ଅଜୟ କୁମାର ମଲ୍ଲିକ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିଭଳି ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାରେ ଶେଷ ଦିନ ସୁଦ୍ଧା ୯ ଜଣ ପ୍ରାର୍ଥୀ ଜି.ଉଦୟଗିରି ବିଧାନସଭା ମଣ୍ଡଳୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ବିଜେଡି ପକ୍ଷରୁ ସାଲୁଗା ପ୍ରଧାନ, କଂଗ୍ରେସ ପକ୍ଷରୁ ପ୍ରଫୁଲ କୁମାର ପ୍ରଧାନ, ବିଜେପି ପକ୍ଷରୁ ମାନଗୋବିନ୍ଦ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆମ ଆଦମୀ ପାର୍ଟି ତରଫରୁ ବିଧାୟକ ପ୍ରାର୍ଥୀ ଯୌବନ କୁମାର ମଲିକ, ମାନସ ଲୋକ ଶକ୍ତି ଦଳ  ତରଫରୁ ସିରେଲ ପ୍ରଧାନ, କଳିଙ୍ଗ ସେନା ତରଫରୁ ସଞ୍ଜୟ କୁମାର ପ୍ରଧାନ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରଦୀପ ପ୍ରଧାନ, ପ୍ରଦୀପ କୁମାର କହଁର , ଶରତ ଚନ୍ଦ୍ର ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମେ ୬ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ସୀମା ରହିଛି। ମେ ୨୦ ରେ ଭୋଟ ଗ୍ରହଣ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.