କର୍ଲାମୁଣ୍ଡା ଜୋନ୍-୧ରେ ବିଜେଡି ବିଧାୟିକା ପ୍ରାଥିନୀଙ୍କ ଜୋରଦାର ପ୍ରଚାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ବ୍ଳକ ଜିଲ୍ଲାପରିଷଦ ଜୋନ୍-୧ରେ ମଙ୍ଗଳବାର ପ୍ରଚାରକୁ ଜୋରଦାର କରିଛି ବିଜୁ ଜନତା ଦଳ। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ଘରକୁ ଘର ଯାଇ ଭୋଟ ଭିକ୍ଷା କରିଥିଲେ। ସାଥିରେ କଳାହାଣ୍ଡି ସାଂସଦ ପ୍ରାଥୀ ଲମ୍ବୋଦର ନିଆଲ ଓ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଶହ ଶହ କର୍ମୀଙ୍କୁ ନେଇ ଉଭୟ ସାଂସଦ ପ୍ରାଥୀ ଓ ବିଧାୟିକା ପ୍ରାଥିନୀ କର୍ଲାମୁଣ୍ଡା ବ୍ଲକର ପରମାନନ୍ଦପୁର, ଭାଲୁପିଆ, ଗଜବାହାଲ, କନସିଲ, ଅବୁଜବାହାଲ, ବଡ଼ଡୁଙ୍ଗୁରିଗୁଡା, ଶିରାବାହାଲ, ପୌରକେଲା, ବୁଢୀପଦର, ଖରଝୁରା, କୁନ୍ଦେଇପାଲି, ରିଷିଡା, ତେରେସିଙ୍ଗା, ପ୍ରଭୂତି ଗାଁ ଗୁଡିକୁ ଯାଇଥିଲେ। ରିଷିଡାରେ ଖୋଲା ଜିପରେ ରୋଡ଼ ସୋ କରିଥିଲେ। ଏଥିରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ, ପୂର୍ବତନ ବିଧାୟକ କୁମରମଣି ଶବର, ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଦେବେନ୍ଦ୍ର କୁମାର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, କର୍ଲାମୁଣ୍ଡା ବ୍ଲକ ଛାତ୍ର ବିଜେଡି ସଭାପତି ସଲିମ ଶେଖର ରଣା, ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଶିବଲାଲ କେଡ଼ିଆ, ରିଷିଡା ସରପଞ୍ଚ ସେବତୀ ରଣା, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ରିଷିଡା ସମିତି ସଭ୍ୟ ନିମାଇଁ ବେହେରା, ମହିଳା ବିଜେଡି ସଭାପତି ରିତୁରାଣୀ ନାଗ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମନ୍ଦିରା ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନବୀନ କୁମାର ରଣା, ପୂର୍ବତନ ସରପଞ୍ଚ ନାରାୟଣ ରଣା ଓ ଯୁଗଳ କିଶୋର ରଣାଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.