ପ୍ରଥମ ରାତ୍ର କାଳୀନ କ୍ରିକେଟ ଟୁର୍ଣାମେଣ୍ଟ: ରିଶିଡା ଚାମ୍ପିଅନ, ଶ୍ରୀପାଲି ରନର୍ଷ ଅପ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର କ୍ରିକେଟ୍ କ୍ଳବ୍ ତରଫରୁ ଚାରି ଛକ ପଡିଆରେ ଦୁଇ ଦିନ ଧରି ଚାଲିଥିବା ପ୍ରଥମ ରାତ୍ର କାଳୀନ କ୍ରିକେଟ ମ୍ୟାଚ୍ ଉଦଯାପିତ ହୋଇ ଯାଇଛି । ଏଥିରେ ରିଶିଡା କ୍ରିକେଟ ଦଳ ଚାମ୍ପିଅନ ହେଇ ଥିବା ବେଳେ ଶ୍ରୀପାଲି କ୍ରିକେଟ ଦଳ ରନର ଅପ୍ ହେଇଥିବା ଜଣା ପଡିଛି। ପ୍ରଥମ ଓ ଦ୍ୱିତୀୟ ଦିବସ ର ବିଭିନ୍ନ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶିବ ରାମ ନାୟକ, ସମାଜସେବୀ ବିଭୂତି ଭୂଷଣ ମହାଖୁଡ, ଆଇନଜୀବୀ ସତ୍ୟ ନାରାୟଣ ସାହୁ, ଭାରତ ଭୂଷଣ ଜୈନ, ନବୀନ ଅଗ୍ରୱାଲ, ଅରବିନ୍ଦ ଜିନ୍ଦଲ (ଏପେନ୍), ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମାଜସେବୀ ବିକାଶ ରଞ୍ଜନ ସିଂହ ଦେଓ, ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା), ଆଇନଜୀବି ରାକେଶ ଶତପଥି ପ୍ରମୁଖ ଯୋଗଦେଇ ଖେଳାଳୀ ଓ ଆୟୋଜକ ଅନୁଷ୍ଠାନର ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ରାତିରେ ୯ ଗୋଟି ମ୍ୟାଚ୍ ଓ ଦ୍ୱିତୀୟ ରାତ୍ରୀରେ ୬ ଗୋଟି ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମ ସେମି ଫାଇନାଲ ମ ,ରାମପୁର ସିଗ୍ନେଚର୍ ଓ ଶ୍ରୀ ପାଲି ମଧ୍ୟରେ ହେଇ ଶ୍ରୀ ପାଲି ଦଳ ଫାଇନାଲ ରେ ପ୍ରବେଶ କରିଥିଲା ଏବଂ ଦ୍ୱିତୀୟ ସେମି ଫାଇନାଲ ରିଶିଡ଼ା ଓ ରେଖ୍ ପୁର ମଧ୍ଯ ରେ ହୋଇ ରିଶିଡ଼ା ଦଳ ଫାଇନାଲ ରେ ପ୍ରବେଶ କରିଥିଲା। ରିଶିଡ଼ା ଓ ଶ୍ରୀ ପାଲି ମଧ୍ୟରେ ଆକର୍ଷଣୀୟ ଫାଇନାଲ ଖେଳ ହେଇ ଏଥିରେ ରିଶିଡ଼ା ଦଳ ଚାମ୍ପିଅନ ଓ ଶ୍ରୀ ପାଲି ଦଳ ରାନର୍ ଅପ୍ ହେଇଥିଲା । ପ୍ରଥମ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ରେ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ବିନୋଦ ଓ ଦ୍ୱିତୀୟ ସେମି ଫାଇନାଲ ରେ ବୁବୁନ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରା ଯାଇଥିଲା। ଉଭୟ ଦଳ ର ଖେଳାଳୀ ମାନଙ୍କୁ କ୍ରିକେଟ୍ କ୍ଳବ୍ ର ମୁଖ୍ୟ ପରାମର୍ଶଦାତା ରଶ୍ମି ରଂଜନ ପ୍ରହରାଜ ପୁରସ୍କୃତ କରିଥିଲେ। ସମସ୍ତ ଖେଳ ପରିଚାଳନା ରେ ଆମ୍ପେୟର ଟେକ, ସାନ, ବୁଲୁ ଓ ଆକାଶ ଏବଂ ଆୟୋଜକ କମିଟି ର ଦେବେଶ ଶଣ୍ଢ, ବିଭୂତି ମାଝୀ, ଆୟୁଷ, ବିଭୁ, ପିଣ୍ଟୁ, ଟେକ, ସାନ, ବଡ଼, ବୁଲୁ, ଆକାଶ ପ୍ରମୁଖଙ୍କ ଆୟୋଜନ କରିଥିଲେ । ଅଞ୍ଚଳରେ ପ୍ରଥମ କରି ରାତ୍ର କାଳୀନ କ୍ରିକେଟ ମ୍ୟାଚ୍ ଆୟୋଜନ ହେଇ ଥିବାରୁ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ରୀଡ଼ା ପ୍ରେମୀ ମାନେ ଖେଳ ଉପଭୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.