ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ନାମଯଜ୍ଞର ଆଜି ଅନ୍ତିମ ଦିବସ । ବୁଧବାର ଅନ୍ତିମ ଦିବସରେ ପ୍ରବଳ ଭକ୍ତ ସମାଗମ ପରିଲକ୍ଷିତ ହୋଇଛି । ଗତ ରବିବାର ସଂଧ୍ୟାରେ କଳସ ଯାତ୍ରା, ବିଲ୍ୱ ବରଣ ଓ ଅଧିବାସ କର୍ମରୁ ଆରମ୍ଭ ହୋଇଥିଲା ନାମଯଜ୍ଞ । ପରିଚାଳନା ସମିତିଙ୍କ ସମେତ ସର୍ଗିଗୁଡା ଗ୍ରାମବାସୀ ମାସଟେ ଆଗରୁ ପ୍ରସ୍ତୁତି ହୋଇ କାର୍ଯ୍ୟକ୍ରମରେ ରହି ଏହାର ସଫଳ ରୁପାୟନ ପାଇଁ ଲାଗିପଡିଥିଲେ । ଆଜି ତାହା ଫଳବତୀ ହୋଇପାରିଛି । ସୋମବାର ସକାଳ ୭.୧୫ ରୁ ପବିତ୍ର ହରେ କୃଷ୍ଣ ନାମ ଆରମ୍ଭ ହୋଇଥିଲା । ସର୍ଗିଗୁଡା ର ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ ପ୍ରଥମେ ନାମ ଆରମ୍ଭ କରିଥିଲେ । ପଡୋଶୀ ବେହେରାପାଟି ଓ ନର୍ଲାର ସଂକୀର୍ତ୍ତନ ମଣ୍ଡଳୀ ଉକ୍ତଦିନ ସକାଳ ୯ ଘଣ୍ଟା ସମୟରେ ଆସି ନାମଯଜ୍ଞରେ ସାମିଲ ହୋଇଥିଲେ । ଗୋଟିଏ ପଟେ ନାମଯଜ୍ଞ ମଣ୍ଡପ ସକାଳୁ ଭକ୍ତ ସମାଗମରେ ଭରି ରହିଥିବା ବେଳେ ମଧ୍ୟାହ୍ନ ୧୨ ଟାରୁ ଓ ରାତି ୮ ଟାରୁ ଅନ୍ନଛତ୍ର କାର୍ଯ୍ୟକ୍ରମ ଅନବରତ ଚାଲୁଛି । ଗତ ଦୁଇଦିନ ଧରି ଅନ୍ନଛତ୍ରରେ ୧୨ ହଜରାରୁ ଉର୍ଦ୍ଧ୍ୱ ଭକ୍ତ ଅନ୍ନ ପ୍ରସାଦ ସେବନ କରିସାରିଛନ୍ତି । ଆଜି ରାତି ଅନ୍ନଛତ୍ରରେ ୮,୦୦୦ ରୁ ଉର୍ଦ୍ଧ୍ୱ ଭକ୍ତ ସମାଗମ ହେବାର ସମ୍ଭାବନା ରହିଥିବାରୁ ଶୃଙ୍ଖଳିତ ଭାବରେ ପ୍ରସାଦ ପରିବେଷଣ ପାଇଁ ପରିଚାଳନା ସମିତି ବିଶେଷ ବ୍ୟବସ୍ଥା କରିଥିବା ଜଣାପଡିଛି । ପ୍ରବଳ ଗ୍ରୀଷ୍ମ ତାତି ହେତୁ କମିଟି ତରଫରୁ ପାନୀୟ ଜଳ ଯୋଗାଣର ବିଶେଷ ବ୍ୟବସ୍ଥା କରାଯାଇଛି । ଥଣ୍ଡା ପାନୀୟ ଜଳ ସାଙ୍ଗକୁ ଦୁଇଗୋଟି ପାଣି ଟ୍ୟାଙ୍କର ଅନବରତ ଅନ୍ନଛତ୍ର କାର୍ଯ୍ୟକ୍ରମ ବେଳେ ରହୁଥିବା ଦେଖିବାକୁ ମିଳିଛି । ହଜାର ହଜାର ଭକ୍ତ ସମାଗମ ସତ୍ୱେ ଶୃଙ୍ଖଳିତ ଭାବରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ନାମଯଜ୍ଞ ସମାପନ ହୋଇଥିବା ବେଳେ ଆଜି ଅନ୍ତମ ଦିବସରେ ମଧ୍ୟ ପ୍ରବଳ ଭକ୍ତ ସମାଗମ ରହୁଥିବା ଦେଖିବାକୁ ମିଳିଛି । ଦିନବେଳେ ପ୍ରବଳ ଖରାରେ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥିଲା । ରାତିରେ ଆହୁରି ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୦ ଗୋଟି ନାମକରା ସଂକୀର୍ତ୍ତନ ମଣ୍ଡଳୀ ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞରେ ଅଂଶ ଗ୍ରହଣ କରିଥିବାରୁ ଉଚ୍ଚ କୋଟୀର ସଂକିର୍ତ୍ତନ ପ୍ରଦର୍ଶନ ଯୋଗୁଁ ଭକ୍ତଙ୍କ ଭିଡ ଯୋର ଜମୁଥିବା ସାଧାରଣରେ ଆଲୋଚନା ହେଉଛି । ଚଳିତ ବର୍ଷ ନାମଯଜ୍ଞରେ ବ୍ରହ୍ମା ପଣ୍ଡିତ ପ୍ରଫୁଲ୍ଲ କୁମାର ସୁପକାର, ପୂଜନ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ସହଯୋଗୀ କୈଳାସ ଦାସ ଜପକ ନାରାୟଣ ପାଢୀ, ବୃନ୍ଦାବନ ମିଶ୍ର ପୂଜା ମଣ୍ଡପ ମଧ୍ୟରେ ରହି ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି । ପରିଚାଳନା ସମିତିର ସଭାପତି ନାରାୟଣ ମାଝୀ, ଉପସଭାପତି ଭାବରେ ଜୟଦେବ ପୋଢ, ସମ୍ପାଦକ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ଭାବରେ ସଞ୍ଜୟ ନାଏକ କୋଷାଧ୍ୟକ୍ଷ ଭାବରେ ଜତୀନ ସାହୁ ଓ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବୃନ୍ଦ ଜହରଲାଲ ବିଶ୍ୱାଳ, ଗିରିଧାରୀ ଗଉଡ, ବୀରକିଶୋର ମାଝୀ, ଜଗମୋହନ ପଧାନ, ସନାତନ ବିଶ୍ୱାଳ, ବିରଞ୍ଚି ମାଝୀ, ତ୍ରୀଲୋଚନ ନାଏକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା ଓ ତଦାରଖ କରୁଥିବା ଦେଖିବାକୁ ମିଳୁଛି । କର୍ତ୍ତା ଦାଇତ୍ୱରେ ଅବସରପ୍ରାପ୍ତ ଶିକ୍ଷକ ଗୌରଚନ୍ଦ୍ର ବେହେରା ଓ ତାଙ୍କ ଧର୍ମପତ୍ନୀ କିଶୋରୀମଣି ବେହେରା କର୍ତ୍ତା ଦାଇତ୍ୱ ନିର୍ବାହନ କରୁଥିବା ଜଣାପଡିଛି । ଅନ୍ୟପକ୍ଷେ ରିସେପସନ କାଉଣ୍ଟରରେ ବିନୟ ଭୋଇ, ଅଜୟ ନାଏକ, ସମୀର ନାଏକ, ନେପାଳ ନାଏକ, ଖଗେଶ୍ୱର ବିଶ୍ୱାଳ, ରଜତ ନାଏକ, ନିହାର ନାଏକଙ୍କ ସମେତ ଅନେକ ଯୁବକ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଅନ୍ୟାନ୍ୟ ଦାଇତ୍ୱରେ ଉଗ୍ରେସନ ଗଉଡ, ସଞ୍ଜୟ ସରାଫ, କିଶୋର ନାଏକ, ଅଜୟ ନନ୍ଦ, ଅନ୍ତ ମାଝୀ, ପଙ୍କଜ ପଧାନ, ପ୍ରକାଶ ପଧାନ ପୂର୍ଣ୍ଣଚନ୍ଦ୍ର ବେହେରା, ଠାକୁର ବେହେରା, ନିକୁଞ୍ଜ ନାଗ, ଯୁଗେଶ୍ୱର ବିଶ୍ୱାଳ, ଲୋକନାଥ ବିଶ୍ୱାଳ, ଆଶିଷ ବିଶ୍ୱାଳ,ଜୟଦେବ ପୋଢ, ବିନୟ ପୋଢ, ଧିରୋଜ ପୋଢ, ଚକ୍ରଧର ସା, ପ୍ରଦୀପ ନାଏକ, କାହ୍ନୁ ମାଝୀ, ପ୍ରଫୁଲ୍ଲ ନାଗ, ମଳୟ ପଣ୍ଡା, ପୂରବ ଅଗ୍ରୱାଲ, ରତନ ଅଗ୍ରୱାଲ, ନିଲୁ ରାଉତ, ଡେବା ମାଝୀ, ଫକୀର ନାଗ ପ୍ରମୁଖଙ୍କ ସମେତ ଅନେକ ଯୁବକ ଦାଇତ୍ୱ ତୁଲାଉଥିବା ଦେଖିବାକୁ ମିଳୁଛି । ସେହିଭଳି ପୂଜା ମଣ୍ଡପରେ ବସନ୍ତ ପୋଢ, କୃଷ୍ଣଚନ୍ଦ୍ର ପୋଢ, ପୀତବାସ ନାଗ, ସୁଦାମ ଜାଲ, ଲବଣୀ, ତମାଖୁର ମାଝୀ, ଯଦୁ ମାଝୀ , କବିରାଜ କରୁଆଁ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଦେଖିବାକୁ ମିଳୁଛି । ଆସନ୍ତା କାଲି ସକାଳ ୭.୧୫ ରେ ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି ।






