ପୁରୁଷୋତ୍ତମପୁର ଏନଏସିର କନକା ସାହିରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସିର ୧ ନଂ ୱାର୍ଡ କନକା ସାହିରେ  ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ହୋଇଥିବା ପାଣି ପମ୍ପ ହାଉସର ମୋଟରରେ କୌଣସି ତ୍ରୁଟି ଥିବାରୁ ପାଇପରେ ଅତି ସ୍ଲୋରେ ପାଣି ଆସୁଥିବାରୁ ଲୋକମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଘରକୁ ଅସବଶ୍ୟକୀୟ ପରିମାଣର ପାଣି ମିଳୁ ନଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଘୋର ଅସୁବିଧା ହେଉଛି। ଏହା ଅସୁବିଧା ଦୀର୍ଘ ୧୫ ଦିନ ହେଲା ହୋଇଥିଲେ ମଧ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କ ଦୃଷ୍ଟି ପଡୁନାହିଁ। ଖାଲି ସେତିକି ନୁହଁ ସେହି ପମ୍ପରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଏହା ଉପରେ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଲୋକେ ପ୍ରଚଣ୍ଡ ରୌଦ୍ର ତାପ ସମୟରେ ପାଣି ଯୋଗାଣରୁ ବଞ୍ଚିତ ଅଛନ୍ତି। ତେବେ ଏହାଉପରେ ସାହି ବାସିନ୍ଦା ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ଇଂ ହିମାଂଶୁ କୁମାର ପାତ୍ରଙ୍କ ସହିତ କଥାବାର୍ତ୍ତା କରି ଏହି ଅସୁବିଧା ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖରାଦିନେ ଲୋକଙ୍କ ଏହି ସମସ୍ୟାକୁ ହୃଦୟଙ୍ଗମ କରି ସେ ଦୁଃଖ ପ୍ରକାଶ କରିବା ସହିତ ମୋଟରର ଅସୁବିଧା କାରଣ ଯୋଗୁଁ ପାଣି ସପ୍ଲାଇର ମାତ୍ରା କମିଯାଇଛି ବୋଲି କହିଥିଲେ। ୭ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ସେ ପ୍ରତିଶୃତି ଦେଇଥିବା ସୂଚନା ରହିଛି। ତେବେ ସାତ ଦିନ ମଧ୍ୟରେ ଯଦି ଏହାର ସମାଧାନ ନହୁଏ ତେବେ ୧୦ ଦିନ ପରେ ସେମାନେ ପମ୍ପ ଘର ଆଗରେ ହାଣ୍ଡି, ମାଠିଆ ଧରିଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.