ସ୍ବର୍ଗତ ନାରାୟଣ ପଣ୍ଡାଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଛୁଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ବର୍ଗତ ନାରାୟଣ ପଣ୍ଡାଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ନାରାୟଶ ପଣ୍ଡା ଆଛୁଳି ଗ୍ରାମରେ ଜନ୍ମହୋଇ କଲିକତାରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେହି ମହାନ ବ୍ୟକ୍ତିଙ୍କ ଦ୍ୱାରା ଏବଂ ତାଙ୍କ ପରିବାରବର୍ଗଙ୍କ ସହଯୋଗରେ ସେତେବେଳେ ଆଛୁଲି ଗ୍ରାମର ବହୁବିଧ ଉର୍ନ୍ନତି ଯଥା; ଶିକ୍ଷା, ରାସ୍ତା, ଆଲୋକ, ପାନୀୟ ଜଳ ଯୋଗାଣ ଉପରେ ବହୁତ କାର୍ଯ୍ୟ କରି ଲୋକମାନଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ଯୁବକ ବୟସରେ ତାଙ୍କ କକା ସ୍ୱର୍ଗତ ନିତ୍ୟାନନ୍ଦ ପଣ୍ଡାଙ୍କ ପରାମର୍ଶରେ କଲିକତାରେ ଖୋଲିଥିବା ହୋଟେଲ ଓ ରାଉରକେଲାରେ କରିଥିବା କେଟେରିଙ୍ଗର ଦାୟିତ୍ୱ ନେଇ ଆଗକୁ ବଢିଥିଲେ। ଲୋକଙ୍କ ଓ ଛାତ୍ର, ଛାତ୍ରୀଙ୍କ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଏବଂ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ତାଙ୍କ ନାମରେ ଓ ପରିବାରଙ୍କ ନାମରେ ଚାରିଟେବୁଲ ଟ୍ରଷ୍ଟ ମାନ ଗଠନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ତାଙ୍କର ୧୦୧ତମ ଜନ୍ମ ଶତବାର୍ଷିକୀ ସ୍ମୃତି ଚାରଣ ଉତ୍ସବ ଆଜି ଆଛୁଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା। ତାଙ୍କ ଉପରେ ଏକ ସ୍ମରଣିକା ମଧ୍ୟ ମଞ୍ଚାସିନ ଥିବା ଅତିଥିମାନେ ଉନ୍ମୋଚନ କରିଥିଲେ। ପ୍ରକାଶ ଚନ୍ଦ୍ର ପଣ୍ଡା, ସିମାଞ୍ଚଳ ଦାଶ, ବିଜୟ କୁମାର ଦାଶ, ଅରୁଣ କୁମାର ପଣ୍ଡା, ଡ଼ ଅଶୋକ କୁମାର ପଣ୍ଡା, ଦୀପକ କୁମାର ପଣ୍ଡା, ଦେବରାଜ ପାଢ଼ୀ, ଉପେନ୍ଦ୍ର ପଣ୍ଡା, ମିତା ରାଣୀ ଦାଶ ଓ ସ୍ମୃତିରାଣୀ ପଣ୍ଡା ପ୍ରମୁଖ ମଞ୍ଚାସିନ ରହିଥିଲେ। ମଞ୍ଚସିନ ଥିବା ଅତିଥି ଏବଂ ବ୍ରହ୍ମପୁର ରୋଟାରି କ୍ଲବ, ଅଶୋକ ପଣ୍ଡାଙ୍କ ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ, ସାଙ୍ଗ ସାଥୀ ମାନେ ସ୍ୱର୍ଗତ ନାରାୟଣପଣ୍ଡାଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ। ତେବେ ନାରାୟଣ ପଣ୍ଡାଙ୍କ ଜନ୍ମ ଏହି ଆଛୁଲିଗାଁରେ ହୋଇଥିଲାବେଳେ ସେ ଏହି ପବିତ୍ର ମାଟି ଆଛୁଲିରେ ଇହଧାମ ତ୍ୟାଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.