ପ୍ରକାଶ ପାଇଲା ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ପରୀକ୍ଷା ଫଳ : ଛାତ୍ରୀମାନେ ରହିଲେ ଶୀର୍ଷରେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ଚଳିତ ବର୍ଷ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ତଥା ଶେଷବର୍ଷର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶିତ ହୋଇଯାଇଛି। ପୂର୍ବ ସୂଚନା ଅନୂଯାୟୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ତଥା ବିଶ୍ଵବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ରାୟ, ଓ ବିତ୍ତ ନିୟନ୍ତ୍ରକ କରନ ସୋରେନଙ୍କ ଉପସ୍ଥିତିରେ ଫଳାଫଳ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା। ଏଥିସହ www.orissaresults.nic.in ରେ ଫଳାଫଳ ଉପଲବ୍ଧ କରାଯାଇଥିଲା।

ଚଳିତ ବର୍ଷ ପାସ୍ ହାର ୮୧.୧୫ ପ୍ରତିଶତ ରହିଅଛି। ଏଥିରେ ସମୁଦାୟ ୧୨,୫୬୬ ଛାତ୍ରଛାତ୍ରୀ (ପାସ୍ ଓ ସମ୍ମାନ) ପରୀକ୍ଷା ଦେଇଥିବା ବେଳେ ୧୦,୦୬୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହାସଲ କରିଛନ୍ତି। କଳା ପାଠ୍ୟକ୍ରମରେ ସର୍ବୋଚ୍ଚ ୮୭.୦୭ , ବିଜ୍ଞାନରେ ୬୮.୩୪ ଓ ବାଣିଜ୍ୟରେ ୮୧.୧୫ ପ୍ରତିଶତ ରହିଛି।
ଏଥିସହିତ ଶୀର୍ଷସ୍ଥାନ ତାଲିକାରେ ଛାତ୍ରୀମାନଙ୍କ ପ୍ରଦର୍ଶନ ଉଚ୍ଚ ମାନର ରହିଅଛି ଏଣୁ ସମସ୍ତେ ଏନେଇ ଖୁସିବ୍ୟକ୍ତ କରିଥିଲେ।କୁଳପତି ଫଳାଫଳର ସଂକ୍ଷିପ୍ତ ବିବରଣୀ ପାଠ କରିଥିଲେ ଏବଂ କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ସମସ୍ତକୁ ଉଜ୍ଜ୍ବଳ ଭବିଷ୍ୟତର ଆଶୀର୍ବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.