ସୋନପୁର ସହରରୁ ଦିନ ଦ୍ବିପହରରେ ଗାଇ ଚୋରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଏବେ ସହରରେ ମଧ୍ୟ ମୋଟେ ସୁରକ୍ଷିତ ନୁହନ୍ତି ଗୃହପାଳିତ ପଶୁ। ଦିନ ଦ୍ବିପହରରେ ଏଇଠୁ ଗାଇ ଚୋରୀ ଦିନକୁ ଦିନ ବୃଦ୍ଧି ପାଉଛି। କିଛି ଦିନ ତଳେ ପ୍ରାୟ ୪/୫ ଟି ଗାଇ କିଛି ଦୁର୍ବୃତ୍ତ ଏକ ଗାଡି ରେ ଲଦି ନେଇ ଯାଇଥିବା ଅଭିଯୋଗ କରିଛନ୍ତି କିଛି ଗୋପାଳନ କରୁଥିବା ମାଲିକ। ସ୍ଥାନୀୟ ମାଲିପଡା ପଛପଟେ ଗାଇମାନେ ଚରିବା ପାଇଁ ବିସ୍ତୃତ ଜାଗା ଅଛି। ଗାଇମାନେ ଚରିବାକୁ ଆସିଥିବା ବେଳେ ଆଉ ସନ୍ଧ୍ୟା ବେଳେ ଘରକୁ ଫେରି ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ସେମାନେ ବୁଝାସୁଝା ତଥା ଖବର ନେବାରୁ ତାଙ୍କ ଗାଇ ଚୋରୀ ହୋଇଯାଇଥିବା ସ୍ପଷ୍ଟ ହୋଇଥଲା। ତେଣେ ମା କୁ ନ ପାଇ ଛୋଟ ଛୋଟ ବାଛୁରୀ ସବୁ ଘରେ ମା କୁ ଖୋଜି ଖୋଜି ନୟାନ୍ତ ହେଉଥିବା କହିଛନ୍ତି ଗାଇ ମାଲିକ। ଏଣେ ଏହି ଚୋରୀ ରାକେଟ ରେ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପୋଲିସ କନଷ୍ଟେବଳଙ୍କ ହାତ ଥିବା ସନ୍ଦେହ କରିଛନ୍ତି ଗୋପାଳକ। ଜିଲ୍ଲା ପୋଲିସ ବିଭାଗର କିଛି କନଷ୍ଟେବଳ ଗଞ୍ଜେଇ ଚାଲାଣ ଠାରୁ ନେଇ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବେଳେ ଗାଇ ଚୋରୀରେ ମଧ୍ୟ ସଂପୃକ୍ତି ରହିବା ଘଟଣାକୁ ଘୋର ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବି। ପ୍ରଥମେ ଗାଇ ଚୋରୀରେ ସ୍ଥାନୀୟ ଚୋରଙ୍କ ଭିତରେ ସିମୀତ ରହି ଆଖପାଖ ବଜାରରେ ଉକ୍ତ ଗାଈ ସବୁକୁ ବିକ୍ରି କରୁଥିବା ଦେଖା ଯାଉଥିବା ବେଳେ ଏବେ ଏଥିରେ ମଧ୍ୟ ଲମ୍ବା ଲିଙ୍କ ରହି ସିଧା ସଳଖ ବାହାର ରାଜ୍ୟକୁ ଚାଲିଯାଉଥିବା କିଛି ଗୋ ସୁରକ୍ଷାକାରୀ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ତେବେ ଏହା ଉପରେ ସ୍ଥାନୀୟ ପ୍ରଶାସନ ଦୃଢ ପଦକ୍ଷେପ ନେବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.