ଭାଗବତ ଓ ସଙ୍କୀର୍ତ୍ତନ ସଂଘର ଭେଟଘାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବୋର୍ଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକର ସମସ୍ତ ଭାଗବତ ଓ ସଂକୀର୍ତ୍ତନ ମହାମେଳି ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସଂକୀର୍ତ୍ତନ୍ୟ କଳା ସଂସ୍କୃତି ସଂଘ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ବ୍ଳକ ସଭାପତି ପ୍ରଭଞ୍ଜନ ମାଝୀ, କେସିଙ୍ଗା ବ୍ଳକ ସଭାପତି ଜଗଦିଶ ରଣା, ଗୋଲାମୁଣ୍ଡା ବ୍ଳକ ସଭାପତି ବୁଲୁ ଧଙ୍ଗଡାମାଝୀ ପ୍ରମୁଖ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ କଳାହାଣ୍ଡି ଜିଲ୍ଲା ସଂଗଠକ ରୁଦ୍ର ପ୍ରସାଦ ସାହୁ। ମେଦିନୀପୁର ପଞ୍ଚାୟତ ସଭାପତି ଦିବାକର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.