ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ରାଇପୁର ପଞ୍ଚାୟତରେ ଦୀର୍ଘ ବର୍ଷ ହେଲା ପାନୀୟଜଳ ସଂକଟ ଲାଗି ରହିଛି। ଲୋକଙ୍କ କହିବା କଥା ଆଜକୁ ୧୦ ଦିନ ହେଲା ପାଣି ସପ୍ଲାଇ ବନ୍ଦ ଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହାର କିଛି ସମାଧାନ ନହେବାରୁ ଆଜି ଲୋକମାନେ ବାଧ୍ୟହୋଇ ଆଜି ତାରା ତାରିଣୀ – ଛତ୍ରପୁର ରାସ୍ତାକୁ ଅବରୋଧ କରି ଗରା ମାଠିଆ ଧରି ରାସ୍ତା ରୋକ କରିଥିଲେ। ଉତ୍ୟକ୍ତ ମହିଳା ଓ ପୁରୁଷମାନେ ଗାଁରୁ ବ୍ଲକକୁ ଆସୁଥିବା ଲକ୍ଷ୍ମୀ ବସ ଓ ଅନ୍ୟାନ୍ୟ ଗାଡ଼ି ମୋଟର କୁ ମଧ୍ୟ ଛାଡି ନଥିଲେ।





