ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଧଅଁରପୁର ଗ୍ରାମ ପଞ୍ଚାୟତର ତେନ୍ତୁଳିପଡା ଗ୍ରାମର ଦୁଇଜଣ ଯୁବକ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ତେନ୍ତୁଳିପଡାର କମନ୍ତଳା ଚନ୍ଦନ (୨୫) ଓ ଆଉ ଜଣେ ଯୁବକ ଥନସୁନ୍ଦର ପୋଡ଼ (୨୬) ଦୁଇ ଜଣ କିଛି କାମ କରିବାକୁ ଯାଇଥିଲେ। ଫେରିବା ସମୟରେ ପ୍ରବଳ ବର୍ଷା ଏବଂ ଘଡ ଘଡି ହେବା କାରଣରୁ ଗଛ ତଳରେ ରହିଯାଇଥିଲେ। ସେହି ସ୍ଥାନରେ ବଜ୍ରାଘାତ ହେବାରୁ ଦୁଇ ଜଣ ମୃତୁ ବରଣ କରିଥିବା ସୂଚନା ମିଳିଛି।




