ଫ୍ରେଂଚ ଓପନରେ ଡବଲ୍ସ ଖେଳିବା ସୁଯୋଗ ପାଇଲେ ସୁମିତ ନାଗଲ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ଯୁବ ଟେନିସ ଖେଳାଳି ସୁମିତ ନାଗଲଙ୍କୁ ଫ୍ରେଂଚ ଓପନରେ ଭାଗ୍ୟ ସହାୟ ହୋଇଛି । ବୁଧବାର ତାଙ୍କୁ ପୁରୁଷ ଡବଲ୍ସରେ ଖେଳିବା ପାଇଁ ସୁଯୋଗ ମିଳିଛି । ସେ ମେ ୩୦ରେ ରୋହନ ବୋପାନ୍ନା ଓ ମାଥ୍ୟୁ ଏବଡେନଙ୍କ ଯୋଡିଙ୍କୁ ଭେଟିବେ । ବୋପାନ୍ନା-ଏବଡେନ ପ୍ରଥମେ ଏମିଲି ରୁସୁଭୋଉରୀ ଓ ମାର୍ଟନ ଫୁକସୋଭିଚ ଯୋଡିଙ୍କୁ ଭେଟିବାକୁ ଥିଲା । ଶେଷ ମୂହର୍ତରେ ଏହି ଯୋଡି ଓହରି ଯାଇଥିଲେ । ଏବେ ସେମାନଙ୍କ ବଦଳରେ ସୁମିତ ଓ ସେବାଷ୍ଟାଇନ ଓଫନର ପୁରୁଷ ଡବଲ୍ସରେ ଖେଳିବେ । ପୁରୁଷ ସିଙ୍ଗଲ୍ସରେ ସୁମିତ ପ୍ରଥମ ରାଉଣ୍ଡରେ କାରେନ ଖାଚାନୋଭଙ୍କ ନିକଟରୁ ୬-୨, ୬-୦ ଓ ୭-୬ ସେଟରେ ପରାଜିତ ହୋଇଥିଲେ ।ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟରେ ସୁମିତ ପ୍ରଥମ ଥର ପାଇଁ ଡବଲ୍ସ ମୁକାବିଲାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଅପରପକ୍ଷରେ ଭାରତର ଭେଟେରାନ ଖେଳାଳି ୪୪ ବର୍ଷୀୟ ବୋପାନ୍ନା ୨୦୨୪ରେ ଏବଡେନଙ୍କ ସହ ମିଶି ଅଷ୍ଟ୍ରେଲିଆନ ଓପନ ଜିତିଥିଲେ । ଯୁବ ସୁମିତ ଓ ଅଭିଜ୍ଞ ବୋପାନ୍ନାଙ୍କ ମଧ୍ୟରେ ହେବାକୁ ଥିବା ଏହି ମୁକାବିଲା ବେଶ ରୋମାଂଚ ହେବ ବୋଲି ଆଶା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.