ଡ଼ିଆରଏମଙ୍କୁ ସାକ୍ଷାତ କଲା କଳାହାଣ୍ଡି ରେଳଯାତ୍ରୀ ସଂଘ : ଭବାନୀପାଟଣା ରେଳଷ୍ଟେସନରେ ଦ୍ଵିତୀୟ ପ୍ଲାଟଫର୍ମ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ରେଳ ବିକାଶ ପାଇଁ କଳାହାଣ୍ଡି ରେଳଯାତ୍ରୀ ସଂଘର ଅଧ୍ୟକ୍ଷ ଡ଼ଃ ଭବାନୀଶଙ୍କର ନିଆଲ, ଉପ ସଭାପତି ବଣ୍ଟି ଅଗ୍ରୱାଲ, ରାକେଶ ସାହୁ ଏବଂ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଆଜି ସମ୍ବଲପୁର ଡ଼ି.ଆର.ଏମ ମଣ୍ଡଳ ରେଳ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେଙ୍କ ସହ ସାକ୍ଷାତ କରି କଳାହାଣ୍ଡି ତଥା ଭବାନୀପାଟଣା କେସିଙ୍ଗା ରେଳଷ୍ଟେସନର ବିଭିନ୍ନ ସମସ୍ୟା ଉପରେ ବିଶେଷ ଆଲୋଚନା କରିଥିଲେ। ତନମଧ୍ୟରୁ ରାୟଗଡା଼ରୁ ବିଶାଖାପାଟଣା ଏବଂ ବିଶାଖାପାଟଣାରୁ ରାୟଗଡା ପର୍ଯ୍ୟନ୍ତ କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ ଏବଂ ପାସିଞ୍ଜର ଟ୍ରେନ୍ରରେ ଅନଲୋଡିଂ ସୁବିଧା, କେସିଙ୍ଗା ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍, ସପ୍ତାହରେ ୩ ଦିନ କେସିଙ୍ଗା ପର୍ଯ୍ୟନ୍ତ ଇସ୍ପାତ ଟ୍ରେନ୍ ସମ୍ପ୍ରସାରଣ, ବିଶାଖାପାଟଣା ରୁ ରାୟଗଡା଼ ପର୍ଯ୍ୟନ୍ତ ସମସ୍ତ ଡାଉନ୍ ଟ୍ରେନ୍ ୪ନଂ ପ୍ଲାଟଫର୍ମରେ ଦେବା, ଟ୍ରେନ୍ ଆସିବା ପୂର୍ବରୁ ଘୋଷଣା କରିବା ଜରୁରୀ, ରେଳ ଟିକେଟ୍ କୋଟା ଅନ୍ତର୍ଗତ କେସିଙ୍ଗା ଷ୍ଟେସନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା, ରାୟଗଡରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏକ ଟ୍ରେନ୍ ଯାହା ପୁରୀ ଦୁର୍ଗ ଟ୍ରେନ୍ ଧରିବାରେ ସାହାଯ୍ୟ କରିବ, କେସିଙ୍ଗାକୁ ଇସ୍ପାତ ଏକ୍ସପ୍ରେସର ବିସ୍ତାର, ନର୍ଲା, ରୁପ୍ରା ରୋଡ୍, ଲାଞ୍ଜିଗଡ ରୋଡ୍, ଜୁନାଗଡ, ଧର୍ମଗଡ଼, ରାମଚନ୍ଦ୍ରପୁର, ଦେପୁରରର ବିଭିନ୍ନ ଦାବୀ, ନର୍ଲାରୋଡ଼ ଷ୍ଟେସନରେ ସମତା, ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି, ଭବାନୀପାଟଣା ପାଖ କୁଟୁରୁଖମାର ନୂଆ ହସ୍ପିଟାଲ ପାଖରେ ଏକ ଅଣ୍ଡର ବ୍ରିଜ ନିର୍ମାଣ ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ଯେ କଳାହାଣ୍ଡି ଭବାନୀପାଟଣା ରେଲୱେ ଷ୍ଟେସନରେ ଦ୍ଵିତୀୟ ନଂ ପ୍ଲାଟଫର୍ମ ନିର୍ମାଣ ଦାବୀ ପ୍ରମୁଖ ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା। ଉକ୍ତ ବୈଠକରେ ଡ଼ି.ଆର.ଏମଙ୍କ ବ୍ୟତିତ, ସିନିଅର କମରସିଆଲ ମେନେଜର, ଡିଭିଜନାଳ ରେଲୱେ ଇଞ୍ଜିନିଅର,ଏ.ଡ଼ି.ଆର.ଏମ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.