ଆକାଶୀୟ ବୈଠକରେ ଆଜିର ଅତିଥି କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ରବିବାର ସନ୍ଧ୍ୟାରେ ମାସିକ କବିତା ଆସର ଅବସରରେ “ଆଜିର ଅତିଥି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆସରରେ ସଭାପତି ଶ୍ରୀମତୀ ସ୍ନେହ ମିଶ୍ର ମହୋଦୟାଙ୍କ ସଭାପତିତ୍ୱରେ, ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ଏବଂ ରୀତା ଅପରାଜିତା ମହାନ୍ତିଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଜ୍ଞାନିକ ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର ଓମକାର ଧ୍ବନି ସହ କାର୍ଯ୍ୟକ୍ରମ ଅୟମାରମ୍ଭ କରିଥିବା ବେଳେ ପ୍ରଣତି ମହାପାତ୍ର ସମସ୍ତଙ୍କୁ ଭକ୍ତିଭରା ଭଜନରେ ସମସ୍ତଙ୍କୁ ସ୍ବାଗତ କରିଥିଲେ ।ସଭାପତି ଶ୍ରୀମତୀ ସ୍ନେହ ମିଶ୍ର ସଭାପତିତ୍ୱ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରକାଶ କୁମାର ମିଶ୍ର ନିଜ ବକ୍ତବ୍ୟରେ “ଜୀବନରେ ସାରସ୍ୱତ ସାଧନା” ଉପରେ ମର୍ମସ୍ପର୍ଶୀ ବକ୍ତବ୍ୟରେ ନିଜ ସାଧନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟରେ ନବମ ଶ୍ରେଣୀରୁ କବିତାର ମୂଳଦୁଆ ପଡି ସମସ୍ତଙ୍କୁ ଆନନ୍ଦିତ କରିଥିବା ମୁଖ୍ୟ ଅତିଥି ଆଗକୁ ଆଗକୁ ସାରସ୍ୱତ ସାଧନା ଜାରି ରଖିଥିଲେ ।ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଆୟୋଜିତ ଏଭଳି ମହତ୍ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ। ପରେ ପରେ ରୀତା ଅପରାଜିତା ମହାନ୍ତିଙ୍କ ସଂଯୋଜନାରେ ରବୀନ୍ଦ୍ରନାଥ ବାହିନୀପତି, ପ୍ରକାଶ କୁମାର ମିଶ୍ର, ବିପିନ ବିହାରୀ ଦଳେଇ, ଅର୍ଜୁନ କୁମାର ସାମଲ, ବିନୋଦିନୀ ଦାଶ, ଅରୁଣ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ରାଉଳ, ପ୍ରଣତି ମହାପାତ୍ର, ରୀତା ଅପରାଜିତା ମହାନ୍ତି, ବନଲକ୍ଷ୍ମୀ ମହାନ୍ତି ,ବିଷ୍ଣୁପ୍ରିୟା ପଣ୍ଡା, ସ୍ନେହ ମିଶ୍ର, ଅନୁସୟା ସାହୁ,ସାଇକୁମାର, ସୂର୍ଯ୍ୟ କୁମାର ପାଣିଗ୍ରାହୀ, ପ୍ରଫୁଲ୍ଲ କୁମାର ଦାସ, ରତିନାରାୟଣ ରାଉତ, ଅନୁପମା ନାଥଶର୍ମା, ଡ଼ ନିର୍ମଳ ନାୟକ ପ୍ରମୁଖ କବି ମାନେ କବିତା ଆସରରେ ନିଆରା କବିତା ପାଠ କରିଥିଲେ । ବନଲକ୍ଷ୍ମୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶେଷରେ ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇ ଏହି ଆକାଶୀୟ କାର୍ଯ୍ୟକ୍ରମ ବିରତି ଘୋଷଣା କରିଥିଲେ । ରତିନାରାୟଣ ରାଉତ ଜନକଲ୍ୟାଣୀ ମନ୍ତ୍ରରେ ଅଭିମନ୍ତ୍ରିତ ପୂର୍ବକ ପୁନର୍ବାର ଆସନ୍ତା ବୁଧବାର ଶ୍ରୀମଦ୍ଭାଗବତମହାପୁରାଣ ଆକାଶୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବତ୍ ରସ ପାନ କରିବାକୁ ସମ୍ପାଦିକା ପ୍ରଣତି ମହାପାତ୍ର ସଭକ୍ତିକ ନିମନ୍ତ୍ରଣ କରି ସଭାସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.