ଫୁପ ଗାଁ ପାହାଡ଼େଶ୍ୱର ମନ୍ଦିର ପ୍ରତିଷ୍ଠା ଓ ନାମ ଯଜ୍ଞ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଫୁପଗାଁରେ ନବ ନିର୍ମିତ ବାବା ପାହାଡେଶ୍ବର ଶିବ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ୪ଦିନ ହେବ ଗାଁ ଉତ୍ସବ ମୁଖର ହୋଇ ଉଠିଛି। ଶୁକ୍ରବାରଠାରୁ ବିଭିନ୍ନ ପୂଜା ଆରମ୍ଭ ହୋଇଛି। ସୋମବାର ୭ଟା ସମୟରେ ଧ୍ବଜାରୋହଣ, ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କରାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ଓ ପ୍ରସାଦ ସେବନ କରାଯାଇଥିଲା। ଏହି ଅବସରରେ ଫୁପଗାଁ ସମେତ ଆଖପାଖ ଅଞ୍ଚଳର ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ଉତ୍ସବ ମୁଖର ହୋଇ ଉଠିଥିଲା ମନ୍ଦିର ବେଢ଼ା। ବାବା ପାହାଡ଼େଶ୍ବର ମନ୍ଦିର ପ୍ରତିଷ୍ଠା କର୍ତ୍ତା ଭାବରେ ରାଜୀବ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ରିତା ଅଗ୍ରୱାଲ ରହିଛନ୍ତି। ସେହିପରି ଅଷ୍ଟପ୍ରହର ନାମଯଜ୍ଞ କର୍ତ୍ତା ଭାବରେ ରସିକଲାଲ ପୁଝାରୀ ଓ ତାଙ୍କ ଧର୍ମପତ୍ନୀ ଇଶ୍ବରୀ ପୁଝାରୀ କାର୍ଯ୍ୟ ନିର୍ବାହ କରୁଛନ୍ତି।

ଆଜି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଧର୍ମଗଡ ବିଜେଡ଼ି ବିଧାୟକ ପ୍ରାର୍ଥ ପୁଷ୍ପେନ୍ଦ ସିଂ ଦେଓ ସାମିଲ ହୋଇ ମନ୍ଦିର ଦର୍ଶନ କରିଥିଲେ। ମନ୍ଦିର କମିଟି ସଭାପତି ଜୟରାମ ପୁଝାରୀ, ସମ୍ପାଦକ ପ୍ରଦୀପ ପଟେଲ, ଉପ-ସଭାପତି କୀର୍ତ୍ତନ ଶବର, କୋଷାଧ୍ୟକ୍ଷ ପ୍ରଭୁଲାଲ ପଟେଲ, ଲକ୍ଷ୍ମଣ ପଟେଲ, କାଶୀନାଥ ପୂଝରୀ, ସ୍ଥାନୀୟ ସରପଞ୍ଚ ଗଜାନନ ପୂଝାରୀ, ବଳରାମ ଶବର, ନିଆଲମ୍ବର ବାରିକ, ଜଳଧର ପଟେଲ, କୈବଲ୍ୟ ପଟେଲ, ତୀର୍ଥରାଜ ଶବର, ବିପ୍ରବ ପଟେଲ, ସିଦ୍ଧାନ୍ତ ପଟେଲ ସମେତ ଫୁପଗାଁ ଗ୍ରାମବାସୀ ପରିଚାଳନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.