ଶିକାର ବେଳେ ମାଡ଼ିବସିଲା ବନ ବିଭାଗ: ବନ୍ଧୁକ ସହ ଦୁଇ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଳକ ପୁସାଙ୍ଗିଆ ର ଏକ ଜଙ୍ଗଲ ମଧ୍ଯରେ ଶିକାର କରିବା ସମୟରେ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ ଦୋରା ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ବତନ୍ତ୍ର ଟିମ ସହାୟତାରେ ଚଢ଼ଉ କରିଥିଲେ। ଘଟଣା ସ୍ଥଳରୁ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୧୦ ଅଫୁଟା ଗୁଳି, ୧୨୦ ଗ୍ରାମ ବାରୁଦ, ୨ଟି ଦିଆସିଲି,୨ ଟର୍ଚ ଲାଇଟ ଓ ୨ ଟି ମୋବାଇଲ ଜବତ କରିଥିଲେ । ଗିରଫ ଦୁଇ ଜଣଙ୍କ ମଧ୍ୟରେ ବଳରାମ ପୂଜାରୀ (୨୭) ଓ ସୁଦାମ ମଲିକ (୪୦) ବୋଲି ଜଣାପଡିଛି। ଏ ନେଇ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ କୁମାର ଦୋରା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.